ଅପରାଧ

କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଭିଜିଲାନ୍ସ ଜାଲରେ

କୁଚିଣ୍ଡା: ଭିଜିଲାନ୍ସ ଜାଲରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ । ଶିକ୍ଷା ଅଧିକାରୀ ଆଜି କୁଚିଣ୍ଡାରୁ ସମ୍ବଲପୁର ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରି ନେଇଛି । ନାୟକଙ୍କ ଗାଡ଼ିରୁ ୯୯ ହଜାର ୯୫୦ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କୁଚିଣ୍ଡା ସରକାରୀ କାର୍ୟ୍ୟାଳୟ, ସରକାରୀ ବାସଭବନ, ନିଜଘର ଗାଇସିଲେଟ ଓ ଶ୍ୱଶୁର ଘର ବିଜେପୁର ଆଦି ୪ଟି ସ୍ଥାନରେ ଚଢ଼ଉ କରାଯାଇଛି।
ଆଜି ବ୍ଲକ ଶିକ୍ଷା ଅଧିକାରୀ ସମ୍ବଲପୁରରୁ କୁଚିଣ୍ଡା ଯାଉଥିଲେ । ବାଟରେ ସାତକମ ବ୍ରିଜ ନିକଟରେ ଭିଜିଲାନ୍ସ ବିଭାଗ କର୍ମଚାରୀ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ତାଙ୍କ ଗାଡ଼ିରୁ ଜବତ ହୋଇଥିଲା ୯୯ ହଜାର ୯୫୦ ଟଙ୍କା । ଏତେ ଟଙ୍କାର ହିସାବ ନାୟକଙ୍କୁ ଭିଜିଲାନ୍ସ କର୍ମଚାରୀ ମାଗିବାରୁ ସେ ତାର କୌଣସି ଉତ୍ତର ଦେଇ ପାରି ନ ଥିଲେ । ଏହାସହ ପ୍ରଫୁଲ୍ଲ ଏତେ ଟଙ୍କା ଗାଡ଼ିରେ ନେଇ କୁଆଡେ ଯାଉଥିଲେ, ତାହାର ତଦନ୍ତ ଚାଲିଛି।

Related posts

ଏସ୍ପି ଅଫିସ ସମ୍ମୁଖରେ ନିଆଁ ଲଗାଇଥିବା ଉନ୍ନାଓ ପୀଡିତାଙ୍କ ମୃତ୍ୟୁ

mahabharatanews

ସିପେଟ କଲେଜ ଛାତ୍ରଙ୍କଠାରୁ ଖଣ୍ଡା ଏବଂ ଛୁରୀ ଉଦ୍ଧାର

mahabharatanews

ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ: ୩ ଗିରଫ

mahabharatanews