ଓଡିଶା

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

(ଜଳେଶ୍ୱର /ଅଜିତ ସାହୁ): ବାଲେଶ୍ୱର ଜିଲ୍ଲା ବାଳିଆପାଳ ଥାନା ଡଗ୍ରା ଗ୍ରାମରେ ଅଘଟଣ। ବଜ୍ରାଘାତରେ ଜଣେ ଯୁବକ ମୃତ। ମୃତ ଯୁବକ ଜଣକ ହେଲେ ଚୈତନ୍ୟ ଦଳାଇ। ସୂଚନା ଅନୁଯାୟୀ ଚୈତନ୍ୟ ଘରେ ଶୋଇଥିବା ସମୟରେ ଘର ଉପରେ ହଠାତ ବଜ୍ରାଘାତ ହୋଇଥିଲା। ସେ ସଂଜ୍ଞାହୀନ ହୋଇପଡି ଥିଲେ, ତୁରନ୍ତ ତାଙ୍କୁ ବାଲିଆପାଳ ମେଡିକାଲ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ତାଙ୍କର ଜଣେ କୁନି ପୁଅ ଓ ଜଣେ କୁନି ଝିଅ ଥିବା ଜଣାପଡିଛି। ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Related posts

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

mahabharatanews

ପେଟ୍ରୋଲିୟମ ବ୍ୟବସ୍ଥାକୁ ନେଇ ନୂଆ ପ୍ରକଳ୍ପ

mahabharatanews

ଜଣେ ସଂକ୍ରମିତ ୪୦୬ ଜଣଙ୍କୁ ମାସକରେ ସଂକ୍ରମିତ କରିପାରେ

mahabharatanews