ଓଡିଶା

ସୁପ୍ରିମକୋର୍ଟ ଗଲେ କେନ୍ଦ୍ରାପଡା ସାଂସଦ

(ମହାଭାରତ/କଟକ): ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଦେଶରେ ବନ୍ୟପ୍ରାଣୀମାନଙ୍କୁ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କ ସୁରକ୍ଷା ମାନବ ସମାଜ ପାଇଁ ଏବେ ଜରୁରୀ ହୋଇପଡିଛି । ଦିନକୁ ଦିନ ଜଙ୍ଗଲ ମାଫିଆମାନେ ବନ୍ୟଜନ୍ତୁ ଶୀକାର କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ସେମାନଙ୍କୁ ଜାମିନ ସହଜରେ ମିଳିଯାଉଛି । ତେଣୁ ଆଗାମୀ ଦିନରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାକୁ ହେଲେ ଏହି ମାଫିଆମାନଙ୍କ ବିରୁଦ୍ଧରେ କଠୋରରୁ ଅତି କଠୋର ଦଣ୍ଡବିଧାନ ପାଇଁ କେନ୍ଦ୍ରାପଡା ସାଂସଦ ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି । ତେବେ ଦିନେ ବା ଦୁଇ ଦିନ ମଧ୍ୟରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ସେ କହିଛନ୍ତି ।

Related posts

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢାଇଲେ ଶିକ୍ଷକ ଶିକ୍ଷୟତ୍ରୀ

mahabharatanews

ପୂଜା ପାଇଁ ପୁରୀ ପ୍ରଶାସନର ନିଷ୍ପତ୍ତି

mahabharatanews

ଅଦିନିଆ ଥଣ୍ଡା; ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା

mahabharatanews