ଓଡିଶା

ସୁପ୍ରିମକୋର୍ଟ ଗଲେ କେନ୍ଦ୍ରାପଡା ସାଂସଦ

(ମହାଭାରତ/କଟକ): ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଦେଶରେ ବନ୍ୟପ୍ରାଣୀମାନଙ୍କୁ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କ ସୁରକ୍ଷା ମାନବ ସମାଜ ପାଇଁ ଏବେ ଜରୁରୀ ହୋଇପଡିଛି । ଦିନକୁ ଦିନ ଜଙ୍ଗଲ ମାଫିଆମାନେ ବନ୍ୟଜନ୍ତୁ ଶୀକାର କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ସେମାନଙ୍କୁ ଜାମିନ ସହଜରେ ମିଳିଯାଉଛି । ତେଣୁ ଆଗାମୀ ଦିନରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାକୁ ହେଲେ ଏହି ମାଫିଆମାନଙ୍କ ବିରୁଦ୍ଧରେ କଠୋରରୁ ଅତି କଠୋର ଦଣ୍ଡବିଧାନ ପାଇଁ କେନ୍ଦ୍ରାପଡା ସାଂସଦ ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି । ତେବେ ଦିନେ ବା ଦୁଇ ଦିନ ମଧ୍ୟରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ସେ କହିଛନ୍ତି ।

Related posts

ଦୁଇ ଦିନିଆ ଓଡ଼ିଶା ସାଂଗଠନିକ ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବୀନ

mahabharatanews

ଲକ ଡାଉନରେ ମତ୍ସଜୀବୀ ପ୍ରଭାବିତ: ଭୋକ ଉପାସରେ କାଟୁଛନ୍ତି ଦିନ

mahabharatanews

ଇନସ୍ପେକ୍ଟରଙ୍କୁ ପୁନଃ ତାଲିମ ଦେବାକୁ ଓଏଚଆରସିଙ୍କ ନିର୍ଦ୍ଦେଶ

mahabharatanews