ଓଡିଶା

ଆଉ ୩ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଲା

(ମହାଭାରତ/ଭୁବନେଶ୍ୱର): ଆଜି ରାଜ୍ୟରେ ଆଉ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହା ସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରାଣ ହରାଇଥିବା ୩ ମୃତକଙ୍କ ମଧ୍ୟରୁ ୨ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଖୋର୍ଦ୍ଧାର। ତିନି ଜଣ ଯାକ ପୁରୁଷ ଥିଲେ। ଖୋର୍ଦ୍ଧା ଜିଲ୍ଲାର ମୃତକଙ୍କ ବୟସ ୭୨ ବର୍ଷ । ସେହିପରି ଗଞ୍ଜାମ ଜିଲ୍ଲାର ଦୁଇ ମୃତକଙ୍କ ବୟସ ଯଥାକ୍ରମେ ୬୫ ଓ ୮୬ ବର୍ଷ। ୬୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ଡାଇବେଟିସ୍ରେ ପୀଡ଼ିତ ଥିଲେ। ଅନ୍ୟ ବୃଦ୍ଧ ଜଣଙ୍କର ଉଚ୍ଚ ରକ୍ତଚାପ ଥିଲା।
ଗଞ୍ଜାମ ଜିଲ୍ଲାରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚି ଯାଇଛି। ସେହିଭଳି ଖୋର୍ଦ୍ଧାରେ ଏହି ସଂଖ୍ୟା ୧୩ରେ ପହଞ୍ଚିଛି। ବାକି କରୋନା ମୃତକଙ୍କ ମଧ୍ୟରୁ କଟକରୁ ୮ ଜଣ ଥିବା ବେଳେ ପୁରୀରୁ ୨ ଜଣ ଅଛନ୍ତି। କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଅନୁଗୋଳ, ବରଗଡ଼, ସୁନ୍ଦରଗଡ଼, ରାୟଗଡ଼ା ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।
ସୂଚନାଯୋଗ୍ୟ, ବୁଧବାର ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୮୯୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ହଜାର ୮୬୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪ ହଜାର ୯୩୩ ଜଣ ଚିକିତ୍ସାଧୀନ ଅଛନ୍ତି।

Related posts

୭୭ ତମ ସାଧାରଣତନ୍ତ୍ର ଦିବସ ଆଡମ୍ବର ସହକାରେ ପାଳିତ

mahabharatanews

ବିଶିଷ୍ଟ ସାହିତ୍ୟ ସାଧକ କବି ତୁଳସୀ ଦାସଙ୍କୁ ଶୁଶ୍ରୀ ଶୁଭଶ୍ରୀ ସମ୍ମାନରେ ସମ୍ମାନିତ

mahabharatanews

ସୃଷ୍ଟି ହେଲା ଏକ ଲଘୁଚାପ,୮ଜିଲ୍ଲାରେ ଅରେଞ୍ଜଓ୍ଵାର୍ଣ୍ଣିଂ ଜାରି 

mahabharatanews