ଓଡିଶା

ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲିରେ ପହଁଚିଲା ପ୍ରେମିକା

(ଜଳେଶ୍ୱର /ଅଜିତ ସାହୁ): ପ୍ରେମ ପାଇଁ ଦିଲ୍ଲୀ ରୁ ପଲ୍ଲିରେ ପହଁଚିଲା ପ୍ରେମିକା । ବିବାହ ର ପ୍ରତିଶୃତି ଦେଇ ଠକି ଦେଲା ପ୍ରେମିକ। ନ୍ୟାୟ ପାଇଁ ପ୍ରେମିକାର ଘର ଆଗରେ ପ୍ରେମିକାର ଧରଣା। ଏଭଳି ଚର୍ଚ୍ଚିତ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଗଡ଼ପଦା ପଂଚାୟତ ଓଡ଼ିଆଶାସନ ଗ୍ରାମରେ। ଅଭିଯୋଗ ଅନୁଯାୟୀ, ପ୍ରେମିକ ବିଶ୍ୱଜିତ ବିଶ୍ୱାଳଙ୍କ ଘର ରୁପ୍ସା ଥାନା ଓଡ଼ିଆ ଶାସନ ହୋଇଥିବା ବେଳେ ରୋଜିନଙ୍କ ଘର ପଶ୍ଚିମବଙ୍ଗ ହୁଗୁଳି ଅଞ୍ଚଲରେ। ଉଭୟ ଦିଲ୍ଲୀ ନୋଇଡା ଅଞ୍ଚଳର ଏକ କପଡା କମ୍ପାନୀର କାମ କରୁଥିଲେ। ଉଭୟେ ଦିଲ୍ଲୀରେ ରହିବା ସମୟରେ ପ୍ରେମ ସମର୍କ ଗଢି ଉଠିଥିଲା। ବିବାହର ପ୍ରତିଶୃତି ଦେଇ ଚାରି ବର୍ଷ କାଳ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ବିଶ୍ୱଜିତ। ତେବେ ଘରେ କିଛି କାମ ଥିବା କହି ବିଶ୍ୱଜିତ ଅନ୍ୟତ୍ର ବିବାହ କରୁଥିଲେ । ଏହାର ଖବର ପାଇଥିଲେ ଯୁବତୀ ଜଣକ ଦିଲ୍ଲୀରୁ ବାଲେଶ୍ଵର ରୁପ୍ସା ଆସି ପ୍ରେମିକଙ୍କ ଘର ପହଞ୍ଚି ବିଶ୍ୱଜିତଙ୍କ ବହାଘର ଅଟକାଇଥିଲେ । ତେବେ ଯୁବତୀଙ୍କ କୌଣସି କଥାକୁ ପୁଅ ଘର ଶୁଣି ନଥିଲେ କି ବିଶ୍ୱାଶ କରିନଥିଲେ। ଏନେଇ ଯୁବତୀ ଜଣକ ପ୍ରେମିକ ଘର ଆଗରେ ଧାରଣା ଦେବା ସହିତ ରୁପ୍ସା ଥାନାରେ ଦ୍ୱାରସ୍ତ ହୋଇଥିଲେ । ରୁପ୍ସା ପୋଲିସ ଓ ସ୍ଥାନୀୟ ସରପଞ୍ଚ ଯୁବକଙ୍କ ଘରକୁ ଯାଇ ବୁଝାସୁଝା କରିଥିଲବି ବିଫଳ ହୋଇଥିଲେ।ତେବେ ବିବାହ ସ୍ଥଗିତ ଥିବା ବେଳେ, ପ୍ରେମିକ ବିଶ୍ୱଜିତ ଫେରାର ଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ପ୍ରେମିକା ରୋଜିନା ନ୍ୟାୟ ଦାବିକରି ବସ୍ତା ଏସ୍ଡିପିଓ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

Related posts

ରାଜ୍ୟରେ ସର୍ବାଧିକ ୧୮୩୩ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

mahabharatanews

ଡାକ୍ତର ହେବତ ଏମିତି, ଡାକ୍ତର ରୂପରେ ଭଗବାନ

mahabharatanews