ଅପରାଧ

ସାଲେପୁର ପୋଲିସର ମାସ୍କ ଚେକିଂ

(ତାରାକାନ୍ତ ନାୟକ/ସାଲେପୁର): ରାଜ୍ୟରେ ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରୁଛି । କରୋନା କବଳରୁ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ପାଇଁ ସରକାର ନିର୍ଦେଶ ଜାରି କରିଛନ୍ତି । ଏହାକୁ ଖାତିର କରୁ ନଥିବା ଅମାନିଆଙ୍କୁ ବାଟକୁ ଆଣିବା ପାଇଁ ମାସ୍କ ଚେକିଂ ମଧ୍ୟ କରାଯାଉଛି । କଟକ ଜିଲ୍ଲା ସାଲେପୁର ଥାନା ପକ୍ଷରୁ ଜୋର ସୋରରେ ମାସ୍କ ଚେକିଂ ଆରମ୍ଭ ହୋଇଛି । ପୋଲିସ ପକ୍ଷରୁ ସାଲେପୁର ଅଂଚଳରେ ମାସ୍କ ଚେକିଂ କଡାକଡି କରାଯାଇଛି। ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିମାନଙ୍କ ଠାରୁ ପୋଲିସ ଫାଇନ ଆଦାୟ କରିଛି । ଯାହା ଫଳରେ କିଛି ଅମାନିଆ ଫାଇନ ଦେଇ ସାବାଡ଼ ହୋଇଛନ୍ତି।

Related posts

ପତ୍ନୀ ଗିରଫ ପରେ ମାହାଙ୍ଗା ଥାନା ଅଧିକାରୀଙ୍କ ସରକାରୀ ବାସଭବନ ସିଲ୍

mahabharatanews

ଖୁଲମଖୁଲା ଚାଲିଛି ଜୁଆ ଖେଳ: ପୁଲିସ ହାତରେ ହାତ ଦେଇ ବସିଛି

mahabharatanews

କାରରୁ ଦେଶୀ ପିସ୍ତଲ ଜବତ, ଡ୍ରାଇଭର ଗିରଫ

mahabharatanews