Uncategorized

ମୁର୍କୁଣ୍ଡି ଗାଁରୁ ଦୂର ହେଲା ପିଇବା ପାଣି ସମସ୍ୟା

(ତାରାକାନ୍ତ ନାୟକ/ସାଲେପୁର): କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ତରିତ ପଂଚାୟତ ମୂର୍କୁଣ୍ଡି ଗାଁରେ ଦୀର୍ଘଦିନ ଧରି ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଦୂର ହୋଇଛି । ଏଥିପାଇଁ ଗାଁ ଲୋକେ ସାଲେପୁର ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଗାଁର ପ୍ରାୟ ୨୦ଟି ପରିବାର ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ଆସୁଥିଲେ। ସେମାନେ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ମାନଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ଶେଷରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରାଙ୍କ ଉଦ୍ୟମରେ ୩ ନମ୍ବର ୱାର୍ଡରେ ୨ଲକ୍ଷ ଟଙ୍କା ବ୍ୟୟରେ ଏକ ନଳକୂପ ଖୋଳା ଆରମ୍ଭ ହୋଇଛି। ଯୁବ ସମାଜସେବୀ ଲୋଲୁପ କୁମାର ବିଶ୍ବାଳଙ୍କ ତତ୍ୱାବଧାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ରଂଜିତା ବେହେରା ନଳକୂପ ଖନନର ଉଦଘାଟନ କରିଥିଲେ। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ବହୁ ଦିନ ଧରି ଏହି ୱାର୍ଡର ଲୋକମାନଙ୍କର ପାନୀୟ ଜଳ ସମସ୍ୟା ଏବେ ଦୂର ହୋଇଛି । ଗ୍ରାମବାସୀ ମାନେ ସାଲେପୁର ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related posts

ଅସନ୍ତୁଷ୍ଟ ଆତ୍ମା ମାନଙ୍କର ମହାସାଗର ରାଜନିତୀ

mahabharatanews

ଦେଶରେ ଗୋଟିଏ ଦିନରେ କରୋନାଜନିତ ମୃତ୍ୟୁ ୪୬୫

mahabharatanews

ଆମେରିକୀୟ ନୌସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

mahabharatanews