ଓଡିଶା

ଆଜି ରାଜି ୯ଟ।।ରୁ ରାଜ୍ୟର ୪ ଜିଲ୍ଲାରେ ୧୪ ଦିନିଆ ଲକଡାଉନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଆଶତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି, ଯ।।ହା ଏବେ ପ୍ରଶାସନର ଚିନ୍ତାର କାରଣ ହୋଇଛି । ସବୁଠୁ ଅଧିକ ଚିନ୍ତା ବଢ଼ାଉଛି ଲୋକାଲ ସଂକ୍ରମଣ। ଅମାନିଆ ସରକାରରେ କୌଣସି ନୟମ ମାନିବାକୁ ନାରାଜ । ଫଳରେ ସ୍ଥିତି ଧୀରେଧୀରେ ଅଣାୟତ ଆଡକୁ ଗତି କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ୪ଟି ଜିଲ୍ଲା ସହ ରାଉକେଲା ମୁନସିପାଲିଟିକୁ ପୁଣି ୧୪ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି ।
ଗତକାଲି ରାତିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଆଜି ରାତି ୯ଟାରୁ ଚଳିତ ମାସ ୩୧ ପର୍ଯ୍ୟନ୍ତ ପୁଣି ଲକଡାଉନ କରିବାକୁ କହିଛନ୍ତି । କରୋନା ହଟସ୍ପଟ ପାଲଟିଥିବା ରାଜ୍ୟର ୪ଟି ଜିଲା ଓ ଗୋଟିଏ ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକଡ଼ାଉନ ନିୟମ ଲାଗୁ ହେବ। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲା ସହ ରାଉରକେଲା ମହାନଗର ନିଗମରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସହ ବୃଦ୍ଧି ପାଉଥିବାରୁ ଏହି କଟକଣା ଲାଗୁ କରାଯାଇଛି। ଲାଗୁ ହୋଇଥିବା ନିୟମ ଅନୁଯାୟୀ, ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ , କାର୍ୟ୍ୟାଳୟ, ଅନୁଷ୍ଠାନ ବନ୍ଦ ରହିବ।କ୍ଷୀର, ପରିବା, ତେଜରାତି ଦୋକାନ, ଆଦି ସକାଳ ୬ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ।
ଏହାସହ ଏହି ୪ଟି ଜିଲାରେ ସପ୍ତାହନ୍ତ ସଟଡ଼ାଉନ ନିୟମ ଲାଗୁ ହେବ ନାହିଁ।
ମାତ୍ର ଅନ୍ୟ ସମସ୍ତ ଜିଲା ସପ୍ତାହାନ୍ତ ସଟଡ଼ାଉନ ଲାଗୁ ହେବ। ତେବେ କଟକ ଓ ଭୁବନେଶ୍ୱର ଭିତରକୁ ଜରୁରୀ କାରଣ ନଥିଲେ କୌଣସି ଗାଡ଼ି ଛଡ଼ାଯିବ ନାହିଁ। ଏହି ୧୪ ଦିନ ମଧ୍ୟରେ ବ୍ୟାପକ ମାତ୍ରାରେ ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ। ଯେଉଁମାନେ ଏହି କଟକଣାକୁ ଉଲ୍ଲଙ୍ଘନ କରିବେ ଆଇନ ଅନୁଯାୟୀ ସେମାନଙ୍କ ପ୍ରତି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Related posts

16 ତମ ଜାତୀୟ ମତଦାତା ଦିବସ -2026 ଅନୁଷ୍ଠିତ ହୋଇ ଯାଇଛି

mahabharatanews

କଟକ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ

mahabharatanews

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ 

mahabharatanews