ଦୁର୍ଘଟଣାଦେଶ ବିଦେଶ

କର୍ମଭୂମି ଏକ୍ସପ୍ରେସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୪ଟି ବଗିକୁ ବ୍ୟାପିଲା ନିଆଁ

ପଞ୍ଜାବରେ କର୍ମଭୂମି ଏକ୍ସପ୍ରେସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ। ଚଳନ୍ତା ଟ୍ରେନ୍‌ରେ ନିଆଁ ଲାଗିବା ପରେ ଯାତ୍ରୀଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ। ଟ୍ରେନ୍‌ର ଏକାଧିକ ବଗିକୁ ନିଆଁ ବ୍ୟାପିଯିବାରୁ ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ଏହି ଘଟଣା ଶୁକ୍ରବାର ଦିନ ପଞ୍ଜାବର ପଟିଆଲା ଜିଲ୍ଲା ଅନ୍ତର୍ଗତ ସରାଇ ବଞ୍ଜାରା ରେଳ ଷ୍ଟେସନ ନିକଟରେ ଘଟିଛି।

Karmabhoomi Express Fire Live : चलती ट्रेन में लगी आग, चपेट में चार डिब्बे; GRP ने बताया वजह Karmabhoomi Express Fire updates panic among passengers Several are injured - national news

ସୂଚନା ଅନୁଯାୟୀ, ଅମୃତସରରୁ ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ି ଯାଉଥିବା ୧୨୫୦୮ ନମ୍ବର କର୍ମଭୂମି ଏକ୍ସପ୍ରେସ୍‌ରେ ଅପରାହ୍ନ ପ୍ରାୟ ୧ଟା ସମୟରେ ନିଆଁ ଲାଗିଥିଲା। ସରାଇ ବଞ୍ଜାରା ଷ୍ଟେସନ ନିକଟରେ ଟ୍ରେନ୍‌ର ପଞ୍ଚମ ବଗିରୁ ପ୍ରଥମେ ନିଆଁ ବାହାରିଥିଲା। ପରେ ଏହା ଅନ୍ୟ ବଗିକୁ ବ୍ୟାପି ଯାଇଥିଲା।

पंजाब से बिहार जा रही कर्मभूमि एक्सप्रेस ट्रेन में लगी आग, हर तरफ धुआं-धुआं, डरकर उतरे यात्री - Karmabhoomi Express FIRE Punjab Patiala NTC VHRW - AajTak

ଏହି ଅଗ୍ନିକାଣ୍ଡରେ ମୋଟ ୪ଟି ବଗି ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ୩ଟି ବଗିର ବ୍ୟାପକ କ୍ଷତି ହୋଇଥିବାବେଳେ ଅନ୍ୟ ଗୋଟିଏ ବଗି ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ନିଆଁ ଲାଗିବା ପରେ ଟ୍ରେନ୍‌ର ସୁରକ୍ଷା ବ୍ୟବସ୍ଥା ସକ୍ରିୟ ହୋଇଯାଇଥିଲା ଏବଂ ଟ୍ରେନ୍‌କୁ ଅଟକାଯାଇଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।

Watch: Karmabhoomi Express coaches gutted in Punjab; short-circuit suspected | India News - The Times of India

ଏହି ଘଟଣାରେ ୧୫୦୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପରବର୍ତ୍ତୀ ରିପୋର୍ଟ ଅନୁଯାୟୀ, କୌଣସି ମୃତାହତ କିମ୍ବା ଆହତ ହେବାର ଖବର ମିଳିନାହିଁ। ନିଆଁ ଲାଗିଥିବା ବଗିଗୁଡ଼ିକୁ ଅନ୍ୟ ବଗିଠାରୁ ଅଲଗା କରାଯାଇଥିଲା।ଅଟକି ରହିଥିବା ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ରେଳବାଇ ପକ୍ଷରୁ ବିକଳ୍ପ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଥିଲା। ଯାତ୍ରୀମାନଙ୍କୁ ନିକଟସ୍ଥ ଷ୍ଟେସନକୁ ନିଆଯାଇଥିଲା।

ଲାଇଭ୍ ହିନ୍ଦୁସ୍ତାନର ରିପୋର୍ଟ ଅନୁଯାୟୀ, GRP ପକ୍ଷରୁ ଗୋଟିଏ ବଗିର ଫ୍ୟାନ୍‌ରେ ସର୍ଟ ସର୍କିଟ୍‌କୁ ଅଗ୍ନିକାଣ୍ଡର କାରଣ ବୋଲି କୁହାଯାଇଛି। ତେବେ ରେଳବାଇ ପକ୍ଷରୁ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି।

Related posts

ବଢିଲା ପେଟ୍ରୋଲ, ଡିଜେଲର ମୂଲ୍ୟ, 400ଟଙ୍କାକୁ ବୃଦ୍ଧି

mahabharatanews

ନିଜ ଟଙ୍କାରେ ଜେଟ୍ କିଣି ପୁଣି ଭଡ଼ା ଦେଉଥିଲେ ମମତା? ଖୋଲିଲା ଇଡିର ମାଷ୍ଟରପ୍ଲାନ

mahabharatanews

ନିର୍ବାଚନ କମିଶନଙ୍କ ଉପରେ ମମତା ବାନାର୍ଜୀଙ୍କ ବଡ଼ ଆକ୍ରମଣ, ଚିତ୍ର ଆଙ୍କି ‘SIR’ ବିରୋଧରେ ପ୍ରତିବାଦ

mahabharatanews