ଓଡିଶା

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲା ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବସେବା ସଂଘ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏହାର ରହସ୍ୟ ଖୋଲିବାକୁ ବହୁ ଅନୁଷ୍ଠାନ ପକ୍ଷରୁ ସିବିଆଇ ତଦନ୍ତ ଦାବି ହେଉଉଛି । ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବସେବା ସଂଘ ପକ୍ଷରୁ ସଂଯୋଜକ ତଥା ଯୁବ ସମାଜସେବୀ କାହ୍ନୁ ଚରଣ ଗୌଡ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ହିଞ୍ଜିଳି ଥାନା ଅଧିକାରୀଙ୍କ ଜରିଆରେ ଗଞ୍ଜାମ ଏସପିଙ୍କୁ ଦରଖାସ୍ତ ଦେଇଛନ୍ତି। ପ୍ରକାଶଯୋଗ୍ୟ କି, ସମାଜସେବୀ ଆଦିତ୍ୟ ଦାଶ ଜଣେ ଜଣାଶୁଣା ମୋଟିଭେସନାଲ ସ୍ପିକର ସହ ବହୁ ପ୍ରତିଭାର ଅଧିକାରୀ ଥିଲେ। ଏଭଳି ବ୍ୟକ୍ତିତ୍ୱଙ୍କ ମୃତ୍ୟୁକୁ ନେଇ ରହସ୍ୟ ଉପରୁ ପରଦା ଉଠିନାହିଁ । ଏଭଳି ସ୍ଥିତିରେ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।

Related posts

ପୁଣି ୧୩୮ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ

mahabharatanews

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ଜନତା କର୍ଫ୍ୟୁକୁ ରାଜ୍ୟ ବାସୀଙ୍କ ସ୍ୱାଗତ

mahabharatanews