Uncategorized

ପାକ ସେନାର ଯୁଦ୍ଧ ବିରତି ଉଲ୍ଲଙ୍ଘନ: ୩ ସାଧାରଣ ନାଗରିକଙ୍କ ମୃତ୍ୟୁ

ଶ୍ରୀନଗର: ଗୋଟିଏ ପଟେ ଦେଶ କରୋନା ସହ ଯୁଦ୍ଧ କରୁଥିବା ବେଳେ ଅନ୍ୟପଟେ ଚୀନର ସିନାଯୋରୀ ଓ ପାକ୍ ସେନା ଓ ସମର୍ଥିତ ଆତଙ୍କବାଦୀଙ୍କଆତଙ୍କ ସୀମାରେ ଅସ୍ଥିରତା ସୃଷ୍ଟି କରୁଛି । ଗତକାଲି ରାତିରେ ପାକିସ୍ତାନ ସେନା ଗୁଳିରେ ସୀମାରେ ୩ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ରାତିରେ ପୁଞ୍ଚ ଜିଲା ସୀମାନ୍ତ ନିୟନ୍ତ୍ରଣ ରେଖା ପାଖରେ ଥିବା କର୍ମରା ଗ୍ରାମ ଉପରେ ପାକ୍‌ ସେନା ପକ୍ଷରୁ ଗୁଳି ଓ ମୋର୍ଟାର ମାଡ଼ ହୋଇଥିଲା । ଏଥିରେ ଗ୍ରାମର ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକମାନେ ହେଲେ ମହମ୍ମଦ ରଫିକ୍‌(୫୮), ତାଙ୍କ ପତ୍ନୀ ରାଫିଆ ବି(୫୦) ଏବଂ ପୁଅ ଇରଫାନ(୧୫)।
ପାକ୍‌ ସେନାର ଏହି ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ଅନ୍ୟ କେତେଜଣ ସ୍ଥାନୀୟ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ କିଛି ଦିନ ହେବ ପାକ୍‌ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇଥିବାବେଳେ ପାକ୍‌ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ରାଜନାଥ ସୀମାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାର କାର୍ୟ୍ୟକ୍ରମ ରହିଛି। ଚଳିତମାସ ପ୍ରାରମ୍ଭରେ ପାକ୍‌ ସେନା ପକ୍ଷରୁ ପୁଞ୍ଚ ଜିଲାର ବାଲାକୋଟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବା ଫଳରେ ଜଣେ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଥିଲେ।

Related posts

ବ୍ରିଟେନ ସ୍ୱାସ୍ଥମନ୍ତ୍ରୀଙ୍କୁ କୋରୋନା

mahabharatanews

ମଟର କୁଲଚା

mahabharatanews

ଆଇସୋଲେଟେଡ୍ ବ୍ୟକ୍ତିଙ୍କୁ ପୁସ୍ତକ ବଣ୍ଟନ

mahabharatanews