Uncategorized

ମହାମାରୀର ମୁକାବିଲାରେ ପାଣ୍ଠି ସମସ୍ୟା ରହିଛି: ଡବ୍ଲୁଏଚଓ

ଜେନେଭା: ବିଶ୍ୱ ମହାମାରୀ କରୋନା ଏପର୍ୟ୍ୟନ୍ତ ଅନିୟନ୍ତ୍ରିତ ଥିବା ବେଳେ ଏବେ ଇବୋଲା ସଂକ୍ରମଣ ଆରମ୍ଭ ହୋଇଯାଇଛି। କଙ୍ଗୋ ରିପବ୍ଲିକ୍‌ରେ ଇବୋଲା ସଂକ୍ରମଣ ଚିନ୍ତାର କାରଣ ହୋଇଛି । ଏଥିଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ମହାମାରୀର ମୁକାବିଲାରେ ପାଣ୍ଠି ଅଭାବ ଚିନ୍ତାର କାରଣ ହୋଇଥିବା ଜଣାଇଛି । କରୋନା ଭଳି ଏହା ମଧ୍ୟ ଏକ ଘାତକ ସଂକ୍ରମଣ। ଏଣୁ ଇବୋଲା ମୁକାବିଲା ଲାଗି ଦେଶମାନେ ନିଜକୁ ପ୍ରସ୍ତୁତ ରଖିବାକୁ ଡବ୍ଲୁଏଚଓ ଜଣାଇ ଦେଇଛି ।
ଡବ୍ଲୁଏଚଓ ଅନୁଯାୟୀ, ଏପର୍ୟ୍ୟନ୍ତ ଇବୋଲାରେ ମୋଟ ୫୬ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଗତଥର ଇବୋଲା ସଂକ୍ରମଣକାଳର ସମାପ୍ତି ସମୟରେ ଯେତିକି ସଂଖ୍ୟକ ସଂକ୍ରମିତ ଚିକିତ୍ସିତ ହେଉଥିଲେ ତା ଠାରୁ ମଧ୍ୟ ଏହି ସଂଖ୍ୟା ଅଧିକ ବୋଲି ଡବ୍ଲୁଏଚଓ କହିଛି। ଆଫ୍ରିକା ଲାଗି ସଙ୍ଗଠନର ଆଞ୍ଚଳିକ ନିର୍ଦ୍ଦେଶକ ଡା.ମାତ୍ସିଦିଶୋ ମୋଇତିଙ୍କ ଅନୁସାରେ କରୋନା ଭାଇରସ ମହାମାରୀ ରୋକିବା ଲାଗି ଉଦ୍ୟମରେ ଇବୋଲା ସଂକ୍ରମଣକୁ ଜଟିଳ କରିଦେଇଛି। ହେଡୱିଣ୍ଡସ୍‌ରେ ଇବୋଲା ସଂକ୍ରମଣ ବ୍ୟାପୁଥିବାର ସେ କହିଛନ୍ତି।
ତେବେ ଇବୋଲା ମୁକାବିଲା ଲାଗି ଡବ୍ଲୁଏଚଓ ୧.୭୫ ମିଲିୟନ ଡଲାର ସଂଗ୍ରହ କରିଥିବା ଡବ୍ଲୁଏଚଓ କହିଛନ୍ତି। ତେବେ ସଂଗୃହୀତ ପାଣ୍ଠି ଉପୁଜିଥିବା ପରିସ୍ଥିତି ଲାଗି ପର୍ୟ୍ୟାପ୍ତ ନୁହେଁ। ଇବୋଲା ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବା ଆରମ୍ଭ ହେଲାଣି। ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ, ଟିକା କରଣ ହୋଇ ପାରୁନଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନେକ ଲୋକେ ଇବୋଲା ସଂକ୍ରମିତ ହୋଇଛନ୍ତି। ତେବେ ସେମାନଙ୍କ ନିକଟକୁ ସ୍ୱାସ୍ଥ୍ୟ କର୍ମୀ ପହଞ୍ଚି ପାରୁନଥିବାରୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରୁନଥିବା ଡବ୍ଲୁଏଚଓ ସୂଚନା ଦେଇଛି ।

Related posts

ରାମ ମନ୍ଦିର ଟ୍ରଷ୍ଟ: ଅଯୋଧ୍ୟା ପୂଜାରୀଙ୍କୁ ସାମିଲ କରା ନ ଯିବାକୁ ନେଇ ଭିଏଚପିକୁ ନିନ୍ଦା

mahabharatanews

ନର୍ସିଂହୋମରେ ଅଗ୍ନିକାଣ୍ଡ

mahabharatanews

ସିଏଏ ବିରୋଧରେ ଷ୍ଟାଲିନଙ୍କ ଦସ୍ତଖତ ଅଭିଯାନ

mahabharatanews