ବିଜୟ କୁମାର ଲାରୁଆ/ପାଟଣା: ପ୍ରଶାସନ ପ୍ରବାସୀଙ୍କୁ ଅତିଥି ଭାବେ ସମର୍ଦ୍ଧିତ କରି ସେମାନଙ୍କ ପାଇଁ ସମସ୍ତ ସୁବ୍ୟବସ୍ଥା କରି, ସେମାନଙ୍କୁ ସୁରକ୍ଷିତ ରଖିବାକୁ ସବୁ ପ୍ରକାରର ପ୍ରୟାସ ଜାରି ରଖିଛି । କିନ୍ତୁ ସାହାରପଡା ବ୍ଲକ ପ୍ରବାସୀ ମାନେ ଦିନକୁଦିନ ସଙ୍ଗରୋଧ କେନ୍ଦ୍ରଗୁଡିକରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଭୟ ମଧ୍ୟରେ କଟୁଛି ସେମାନଙ୍କ ଜୀବନ । ଏହିପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସାହାରପଡାବ୍ଲକ କପୁଣ୍ଡି ପଂଚାୟତ ଖଜୁରୀଡିହା ସଙ୍ଗରୋଧ କେନ୍ଦ୍ର ରେ ।
ଏହି ସଙ୍ଗରୋଧ କେନ୍ଦ୍ରରେ ବାଙ୍ଗାଲୋର ଫେରନ୍ତା ପାଞ୍ଚ ଜଣ ରହୁଛନ୍ତି । ସେମାନେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ, ସେମାନଙ୍କୁ ନାବାଳକ ଗୋଟିଏ ପୁଅ ଓ ଝିଅଟିଏ ଥିବା ବେଳେ ଅନ୍ୟ ଜଣେ ରହୁଛନ୍ତି ଏଠାରେ । ସଙ୍ଗରୋଧ କେନ୍ଦ୍ର ପରିସର ଅନାବନା ଆବର୍ଜନାରେ ଭରା ପଡିଛି । ତେଣୁ ସେଠାରେ ଦିନ ରାତି ସବୁ ସମୟରେ ପ୍ରାୟ ସାପ, ବିଛା ଆଦି ଦେଖିବାକୁ ମିଳୁଛି । ଦିନଟି ଯେନତେନ ଉପାୟରେ ସୂର୍ଯ୍ୟାଲୋକରେ କଟିଯାଉଥିବା ବେଳେ କିନ୍ତୁ ରାତି ଏହି ୫ ଜଣଙ୍କ ପାଇଁ ଦୁଃସହ ହୋଇ ପଡୁଛି । କାରଣ ଏହି ସଂଗରୋଧ କେନ୍ଦ୍ରକୁ ବିଜୁଳି ବ୍ୟବସ୍ଥା ନାହିଁ । ରାତ୍ର ଜଗୁଆଳୀ ମଧ୍ୟ ସେଠାରେ ମୁତୟନ ନାହାନ୍ତି । ଫଳରେ ଅନ୍ଧାରରେ କେତେବେଳେ କେଉଁ ବିଷଧରର ଆକ୍ରମଣର ଶିକାର ହେବେ ତାହାକୁ ନେଇ ଚିନ୍ତାରେ ଏମାନେ ରହୁଛନ୍ତି । ଏଥିନେଇ ଏମାନେ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ଏହିପରି ବ୍ୟବସ୍ଥାରେ ସଙ୍ଗରୋଧ କେନ୍ଦ୍ର ଚାଲିବା ନେଇ ବିଭିନ୍ନ ଗଣମାଧ୍ୟମରେ ଏବେ ଚର୍ଚ୍ଚା ଜୋର ଧରିଛି । କପୁଣ୍ଡି ପଞ୍ଚାୟତ ସରପଞ୍ଚ ବିଜୟ କୁମାର ପଇଦାଙ୍କୁ ଏହି ସବୁ ଅନିୟମିତତାକୁ ନେଇ ଯୋଗଯୋଗ କରିବାରୁ ସେ କୁହନ୍ତି ଏହା ସଂପୂର୍ଣ୍ଣ ମିଥା ବୋଲି କହି ଛନ୍ତି ।
previous post
next post