ଓଡିଶା

ଟ୍ୱିନ ସିଟିର ଦୁଇ ନୂଆ ଡିସିପିଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ଆଜି ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରର ନୂଆ ଡିସିପି ଭୁବନେଶ୍ୱର ପୋଲିସ ସେବା ଭବନଠାରେ ସେମାନଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭୁବନେଶ୍ୱରର ନୂଆ ଡିସିପି ଭାବେ ଆଇପିଏସ ଡ ଉମାଶଙ୍କର ଦାସ ଦାୟିତ୍ୱ ନେଇଥିବା ବେଳେ କଟକ ଡିସିପି ଭାବେ ଆଇପିଏସ ପ୍ରତିକ ସିଂ ଦାୟିତ୍ୱ ନେଇଛନ୍ତି । ଡ ଉମାଶଙ୍କରଙ୍କୁ ଭୁବନେଶ୍ୱରର ଅତିରିକ୍ତ ପୁଲିସ କମିଶନର ଅନୁପ ସାହୁ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ କଟକର ପୂର୍ବତନ ଡିସିପି ଅଖିଳେଶ ସିଂହଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରତିକ ସିଂ । ଏହି ଦାୟିତ୍ୱ ଗ୍ରହଣ ପାଇଁ ଆଜି ମଧ୍ୟାହ୍ନ ୧୨ଟାରେ ଲୋକସଭା ଭବନଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସାମାଜିକ ଦୂରତା ରକ୍ଷା କରି ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ଵର ଡିସିପି ଡା. ଉମାଶଙ୍କର ଦାସ ପୂର୍ବରୁ ପୁରୀ ଏସ୍‌ପି ଭାବେ କାର୍ୟ୍ୟ କରୁଥିଲେ। କୋଭିଡ୍‌-୧୯ ସମୟରେ ପୁରୀରେ କଟକଣା ଭିତରେ ରଥଯାତ୍ରା କରାଇବାରେ ଡ. ଦାସଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ସେହିପରି ପ୍ରତିକ ସିଂହ କନ୍ଧମାଳ ଏସ୍‌ପି ଭାବେ କାର୍ୟ୍ୟ କରୁଥିଲେ।

Related posts

କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରେ ହାତୀ ଉପଦ୍ରବ

mahabharatanews

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର

mahabharatanews

ରାଇରଙ୍ଗପୁରରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜୟନ୍ତୀ ପାଳିତ

mahabharatanews