ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ । ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଅସୁସ୍ଥ ହୋଇ ପଡିଲେ ଜଣେ ଭକ୍ତ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଘୋଷଣା କଲେ ଡାକ୍ତର। ମୃତକ ହେଉଛନ୍ତି ଯାଜପୁର ଅଲାରପୁର ଅଞ୍ଚଳର ନୀଳକଣ୍ଠ ଦାସ (୭୫) । ନୀଳକଣ୍ଠ ଶନିବାର ତାଙ୍କ ପତ୍ନୀ ଓ ଦୋକାନର କର୍ମଚାରୀଙ୍କ ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ମୃତକଙ୍କ ପତ୍ନୀ ମିନତୀ ଦାଶ କହିଛନ୍ତି,”ଆଜି ସ୍ୱାମୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀ ଆସିଥିଲି । ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଇଥିବା ବେଳେ ମୋ ସ୍ୱାମୀ ହଠାତ୍ ଅସୁସ୍ଥ ହୋଇପଡ଼ିଲେ । ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୋ ସ୍ୱାମୀଙ୍କର ସେଭଳି କିଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିଲା ।
