ଅପରାଧ

କୋଭିଡ ସେଣ୍ଟରରେ କରୋନା ଯୋଦ୍ଧା ଓ ରୋଗୀଙ୍କୁ ମିଳୁଛି ଅଖାଦ୍ୟ

(ଜୟନ୍ତ କୁମାର ସେଠୀ/ପୁରୀ): କୋଭିଡ୍ ସେଣ୍ଟରରେ କରୋନା ଯୋଦ୍ଧା ଓ ରୋଗୀଙ୍କୁ ମିଳୁଛି ଅଖାଦ୍ୟ। ଖାଦ୍ୟରୁ ବାହାରୁଛି ପୋକ, ଚୁଟି ଓ ରବର । ଏଭଳି ଅଭିଯୋଗ ଆଣିଛନ୍ତି ପୁରୀ ସହରରେ ଥିବା ଏକାଧିକ କୋଭିଡ୍ କେୟାର ସେଣ୍ଟରର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ। ସେଣ୍ଟରରେ ଦିଆଯାଉଥିବା ଭାତ, ଡାଲି ଓ ତରକାରୀରୁ ପୋକ ବାହାରୁଥିବା ବେଳେ ନିମ୍ନମାନର ଖାଦ୍ୟକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଆଜି ପୁରୀ ସିଡିଏମଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ପୁରୀର ଶ୍ରୀଜଗନ୍ନାଥ କୋଭିଡ୍ କେୟାର ସେଣ୍ଟର, ଗୋପବନ୍ଧୁ ଆୟୁର୍ବେଦ କୋଭିଡ୍ କେୟାର ସେଣ୍ଟର ଓ ଆଇଡିଏଚ କୋଭିଡ୍ ସେଣ୍ଟରରେ କୋଭିଡ୍ ଯୋଦ୍ଧା ଓ ରୋଗୀମାନଙ୍କୁ ଏପରି ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାସହିତ କୋଭିଡ୍ କେୟାର ସେଣ୍ଟର ନାନାଦି ପ୍ରକାର ଅସୁବିଧା ନେଇ ମଧ୍ୟ ସିଡିଏମଙ୍କୁ ଅଭିଯୋଗ କରାଯାଇଛି। ଏପରି ଅଭିଯୋଗ ନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରନି।

Related posts

୨ କେଜି ୪୦୨ ଗ୍ରାମର ବ୍ରାଉନ ସୁଗାର ଜବତ

mahabharatanews

ସେବାୟତ ବେଶରେ ଭଣ୍ଡ: ସିଂହଦ୍ୱାର ଥାନାରେ ଅଟକ

mahabharatanews

ଓଡିଶା କମ୍ପ୍ୟୁଟର ଏକାଡେମି ସେଣ୍ଟର (ଓସିଏସି) ସିଇଓଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍

mahabharatanews