ଓଡିଶା

ବାଲୁକା କଳାରେ କରୋନା ବିରୁଦ୍ଧରେ ଲଢେଇ ପାଇଁ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆହ୍ୱାନ

(ଜୟନ୍ତ କୁମାର ସେଠୀ/ପୁରୀ): କରୋନା ସଂକ୍ରମଣ ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି। କୋଭିଡ ଗାଇଡ଼ଲାଇନକୁ ଲୋକ ମାନେ ପାଳନ କରୁ ନ ଥିବାରୁ ରାଜ୍ୟରେ ସ୍ଥିତି ଗମ୍ଭୀର ହୋଇଛି । ପୁରୀ ବେଳାଭୂମୀରେ ବାଲୁକାରେ ପ୍ରସ୍ତୁତ ତାଙ୍କ କଳା ମାଧ୍ୟମରେ ମହାମାରୀ କରୋନାକୁ ହରାଇବା ପାଇଁ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସମସ୍ତେ ମାସ୍କ ପିନ୍ଧି କୋଭିଡ ଗାଇଡଲାଇନକୁ ମାନି କରୋନା ବିରୁଦ୍ଧରେ ଲଢେଇ ଜାରି ରଖିବାକୁ ସେ ନିଜ ବାଲୁକା କଳାରେ ଦର୍ଶାଇଛନ୍ତି । ମାସ୍କ ପିନ୍ଧିବା ବେଳେ ମୁହଁ ଓ ନାକ ଭଲ ଭାବେ ଢାଙ୍କି ରଖି କରୋନା ବିରୁଦ୍ଧରେ ଲଢେଇ ଜାରି ରଖିବାକୁ ସେ ଆହ୍ୱାନ ଦେଇଛନ୍ତି ।

Related posts

ଜ୍ଞାନ ପ୍ରକାଶ ଗଜପତି ଶାଖା ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

mahabharatanews

ପଞ୍ଚାୟତ ସ୍ତରୀୟ ମହିଳା ଗୋଷ୍ଠୀର କର୍ମକର୍ତ୍ତା ନିର୍ବାଚିତ

mahabharatanews

ରାତିରେ ଚାଲିଥିଲା ବାଲି ଚୋରାଚାଲାଣ, ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି ପୋଲିସ

mahabharatanews