ଓଡିଶା

କରୋନାକୁ ପ୍ରତିହତ କଲେ ୯୫ ପୁଲିସ କରୋନା ଯୋଦ୍ଧା 

ଭୁବନେଶ୍ୱର: କରୋନା ଉପରେ ୯୫ ପୁଲିସ କରୋନା ଯୋଦ୍ଧାଙ୍କ ବିଜୟ । କରୋନାକୁ ହରାଇ ୯୫ ଜଣ ପୁଲିସ କର୍ମଚାରୀ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହେବା ପରେ ଡ୍ୟୁଟିରେ ଯୋଗ ଦେଇଛନ୍ତି ସମସ୍ତ କର୍ମଚାରୀ । ଏନେଇ ପୁଲିସ ମହାନିର୍ଦେଶକ ଅଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ଡିଜି ଏନେଇ ସମସ୍ତ କରୋନା ଯୋଦ୍ଧାକୁ ସେମାନଙ୍କ ଦାୟିତ୍ୱ ସମ୍ପାଦନ ପାଇଁ ଆହ୍ୱାନ ଦେବାସହ ଅନ୍ୟମାନଙ୍କ ସେବାରେ ବ୍ରତୀ ହେବାକୁ କହିଛନ୍ତି । ଏବେ କାର୍ୟ୍ୟ କ୍ଷେତ୍ରକୁ ଆସି ଅନ୍ୟମାନଙ୍କୁ ସୁରକ୍ଷା ଦେବେ ବୋଲି ଡିଜିପି କହିଛନ୍ତି । ଡିଜିପିଙ୍କ ପକ୍ଷରୁ ଏହି ପୁଲିସ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପ୍ରଶଂସା ପତ୍ର ମିଳିବ । ତୁରନ୍ତ ଏଭଳି କର୍ମଚାରୀଙ୍କ ନାଁ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜି ।

Related posts

ଟ୍ରେନ ଯାତ୍ରା ବେଳେ ଜୀବନ ଗଲା

mahabharatanews

ରେଳପଥ ଲୋକାର୍ପଣ କଲେ ସାଂସଦ

mahabharatanews

ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ଷା ପାଇଁ ଇନ୍ଦ୍ର ପୂଜା କଲେ

mahabharatanews