ଟୁକୁନା ଖରା/ ନବରଙ୍ଗପୁର।: ମାକୁ ହତ୍ୟାକଲା ସାବତ ପୁଅ । ଘରୋଇ କଳିକୁ ନେଇ ସାବତ ପୁଅ ହାତରେ ଚାଲିଗଲା ମା”ର ଜୀବନ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହରର ଗାଦବାଗୁଡାରେ । ସାବତ ମା’କୁ ହତ୍ୟା କଲା ୨୭ ବର୍ଷୀୟ ପୁଅ ସୂର୍ୟ୍ୟକାନ୍ତ ମହାପାତ୍ର। ଗାମୁଛାରେ ମା’ର ତଣ୍ଟି ଚିପି ହତ୍ୟା କଲା ମାତୃହନ୍ତା ସୂର୍ଯ୍ୟକାନ୍ତ । ଏଥିନେଇ ଥାନାରେ ଏକ ଅଭିଯୋଗ ହୋଇଛି । ମୃତକଙ୍କ ସ୍ୱାମୀ ଶ୍ରୀଧର ପୁଅ ନାମରେ ଅଭିଯୋଗ କରିଛନ୍ତି ।
ଗାଦବାଗୁଡାର ଶ୍ରୀଧର ମହାପାତ୍ରଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ ସୂର୍ୟ୍ୟକାନ୍ତ । ସମ୍ପତ୍ତି ବାଡିକୁ ନେଇ ଅନେକ ବର୍ଷ ହେଲା ସାବତ ମାଙ୍କ ସହ ସୂର୍ୟ୍ୟକାନ୍ତଙ୍କ ଝଗଡା ଲାଗି ରହୁଥିଲା। ଝଗଡା ହେଉଥିବା ବେଳେ ଶେଷରେ ମାର ତଣ୍ଟି ଚିପି ମାରି ଦେଇଛି ସୂର୍ୟ୍ୟକାନ୍ତ । ଦ୍ୱିତୀୟ ସ୍ତ୍ରୀଙ୍କ ମୃତ୍ୟୁ ପରେ ଶ୍ରୀଧର ଥାନାରେ ଏକ ଅଭିଯୋଗ କରିଛନ୍ତି ପୁଅ ସୂର୍ଯ୍ୟକାନ୍ତ ନାମରେ । ଏହାକୁ ନେଇ ପୁଲିସ ମାମଲା ରୁଜୁ କରି ସୂର୍ଯ୍ୟକାନ୍ତକୁ ଗିରଫ କରି ପଚରାଉଚରା କରୁଛି ।
previous post
next post