ଅପରାଧଓଡିଶା

ଛାତ୍ରଙ୍କୁ ମାଡ଼ ମାରି ଅଡ଼ୁଅ।ରେ ଶିକ୍ଷକ

(ମହାଭାରତ/ଜଳେଶ୍ୱର): ଜଣେ ଶିକ୍ଷକ ଛାତ୍ରକୁ ମାଡ ମ।।ରିବା ଘଟଣାକୁ ନେଇ ଥାନାରେ ମାମଲା ପହଁଚିଛି । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ମଥାନୀ ପଞ୍ଚାୟତର ତିଗିରିଆ ହାଇସ୍କୁଲରେ । ସାଇକେଲରେ ପମ୍ପ ଦେବା ବେଳେ ଅନ୍ୟମନସ୍କତାରେ ଆପଣ ବଦଳରେ ଛାତ୍ର ତୁମେ କହିବାରୁ ବିଜ୍ଞାନ ଶିକ୍ଷକ ମାଡ଼ ମାରିଲେ । ମାଡ଼ରେ ନବମ ଶ୍ରେଣୀ ଛାତ୍ର ଗୌରାଙ୍ଗ ଦାଶ ଗୁରୁତର ହୋଇପଡିଛି । ଛାତ୍ରର ଡାକ୍ତରୀ ମାଇନା ସହିତ, ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ ଗତ ଶନିବାର ଦିନ ଗ୍ରାମର ଭାଗବତ ଦାସଙ୍କ ପୁଅ ଗୌରାଙ୍ଗ ଦାସ ନବମ ଶ୍ରେଣୀର ଛାତ୍ର ଅଟନ୍ତି । ସ୍କୁଲରେ ଶିକ୍ଷକଙ୍କ ସାଇକେଲରେ ପମ୍ପ ଦେଉଥିବା ସମୟରେ, ଅ ।ପଣ ବଦଲରେ ତୁମେ କହିଥିଲା । ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଦାଶ୍ ରାଗିଯାଇ ଉକ୍ତ ପିଲାକୁ ଜାତି ଉଠାଇ ଗାଳି ଦେବା ସହିତ ମାଡ଼ ମାରି ଥିଲେ । ଛାତ୍ରର ହାତରେ ଗୁରୁତର କ୍ଷତ ହୋଇଛି । ଏନେଇ ଛାତ୍ର ଗୌରାଙ୍ଗର ମାଅ ଶିକ୍ଷକଙ୍କୁ ପ·ରିବାରୁ ସେ ତାଙ୍କୁ କଦର୍ଯ୍ୟ ଅଶ୍ଳୀଳ ଭାଷାରେ ଗାଳି ଗୋଳଜ କରିଛନ୍ତି । ଏଥିନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରର ମାଆ ।
ତେବେ ଉକ୍ତ ଘଟଣାରେ ଶିକ୍ଷକ ଜଣକ ଛାତ୍ରକୁ ତାଗିଦ୍ କରିବା ପାଇଁ ସାମାନ୍ୟ ପିଟିଥିବା ସ୍ୱିକାର କରିଥିବା ବେଳେ, ସେ କୈାଣସି ପ୍ରକାର ଅଶ୍ଳୀଳ ଭାଷା କିମ୍ବା ଜାତିଆଣ ମନ୍ତବ୍ୟ ଦେଇ ନ ଥିବା । କହିଛନ୍ତି । ସ୍କୁଲ କମିଟି ସଭାପତି ଓ ହେଡମାଷ୍ଟର ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରିଥିବା କହିଛନ୍ତି ।
ଅନ୍ୟପକ୍ଷରେ, ବିଜ୍ଞାନ ଶିକ୍ଷକଙ୍କ ନାମରେ ଏହା ପ୍ରଥମ ଅଭିଯୋଗ ନୁହେଁ । ପୂର୍ବରୁ ଏପରି ଅଭିଯୋଗ ତାଙ୍କ ନାମରେ ବହୁତ ରହିଛି ବୋଲି ସ୍କୁଲର ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ,ପରି·ଳନା କମିଟିର ସଭାପତି ପ୍ରତିକ୍ରିୟା ରଖିଥିଲେ । ତେବେ ଏହି ଘଟଣାରେ ବସ୍ତା ପୋଲିସ ୩୮୨ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଘଟଣାର ମୋଡ଼ କଣ ନେଉଛି ତାହା ଦେଖିବାକୁ ବାକି ରହିଲା ।

Related posts

ନଦୀ ପାର ହେଲେ ପ୍ରସୁତି, ଆଖି ବୁଜିଲା ନବଜାତ

mahabharatanews

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ବୀଣାପାଣି

mahabharatanews

ରେଳ ଷ୍ଟେସନରେ ମାଓ ପୋଷ୍ଟର

mahabharatanews

Leave a Comment