ଓଡିଶା

ଅଭିନେତା ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର: ଆଜି ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଓଲିଉଡର ସୁନାମଧନ୍ୟ ଅଭିନେତା ବିଜୟ ମହାନ୍ତିଙ୍କର ଶେଷକୃତ୍ୟ ଶେଷ ହୋଇଛି । କୋଭିଡ କଟକଣା ପାଇଁ ଅଳ୍ପ କିଛି ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିଜୟଙ୍କ ଶବଦାହ କରାଯାଇଛି। ଗତକାଲି ରାତିରେ ସେ ଭୁବନେଶ୍ୱରର କେୟାର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଜି ସକାଳେ ବିଜୟଙ୍କ ପାର୍ଥୀବ ଶରୀର ହସ୍ପିଟାଲରୁ ତାଙ୍କ ବମିଖାଲ ସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ବନ୍ଧୁ ଓ ପରିବାର ବର୍ଗଙ୍କ ଶେଷ ଦର୍ଶନ କରିବା ପରେ ସଙ୍ଗୀତ ମହାବିଦ୍ୟାଳୟକୁ ତାଙ୍କ ପାର୍ଥୀବ ଶରୀରକୁ ନିଆଯାଇଥିଲା। ସେଠାରେ ବିଜୟଙ୍କୁ ରାଷ୍ଟ୍ରୀୟ ମର୍ୟ୍ୟାଦା ଦିଆଯିବା ପରେ ସମସ୍ତ ଓଡିଆ କଳାକାରମାନେ ତାଙ୍କର ଶେଷଦର୍ଶନ କରିଥିଲେ। ବହୁ ବରିଷ୍ଠ ଅଭିନେତାଙ୍କ ସହ ରାଜନେତାମାନେ ମଧ୍ୟ ଏହି ଅଭିନେତାଙ୍କ ଶେଷ ଦର୍ଶନ କରିଥିଲେ। ସଙ୍ଗୀତ ମହାବିଦ୍ୟାଳୟରୁ ବିଜୟଙ୍କ ପାର୍ଥୀବ ଶରୀର ଭୁବନେଶ୍ବର ସତ୍ୟନଗର ଶ୍ମଶାନକୁ ନିଆଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ଜ୍ବାଇଁ ତାଙ୍କୁ ମୁଖାଗ୍ନି ଦେଇଛନ୍ତି।

Related posts

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ନିଆରା ଢଙ୍ଗରେ ଶିଶୁ ଦିବସ ପାଳନ

mahabharatanews

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews