ଅପରାଧ

ପାରିବାରିକ କଳହକୁ ନେଇ ନବବଧୂଙ୍କ ଆତ୍ମହତ୍ୟା

(ଜ୍ୟୋତିରଂଜନ ଧର/କଣିହାଁ): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ହରିହରପୁର ଗ୍ରାମର ଜଣେ ଯୁବତୀ ସୋମବାର ଆତ୍ମହତ୍ୟା କରିଛନ୍ତି । ମୃତ ଯୁବତୀ ଜଣକ ପୟନୀ ସାହୁ ବୋଲି ଜଣାପଡିଛି । ସେ ଗତ ଏପ୍ରିଲ ୨୦ ତାରିଖରେ ପିଙ୍କୁନୁ ପ୍ରଧାନଙ୍କୁ ପରଜଙ୍ଗ ଥାନା ଅଂଚଳରେ ବିବାହ କରିଥିଲେ । ଆତ୍ମହତ୍ୟାର କାରଣ ଏଯାଏ ଜଣାପଡି ନଥିବା ବେଳେ ପାରିବାରିକ କଳହକୁ ନେଇ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି । ଯୁବତୀ ଜଣକ ଏକ ଗଛରେ ଲୁଗା ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Related posts

ଟ୍ରକ ଉପରେ ଚଢିଗଲା ମାଲବାହୀ ଟ୍ରେନ

mahabharatanews

ରାଜୀବ ଗାନ୍ଧୀ ହତ୍ୟା ମାମଲା : ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଅଦାଲତ

mahabharatanews

୩ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

mahabharatanews