ଅପରାଧଓଡିଶା

ନାବାଳିକାକୁ ଅପହରଣ କରି ବଳି ଦେବା ଉଦ୍ୟମ, ତିନି ଅଭିଯୁକ୍ତ ଗିରଫ

(ରଜନୀକାନ୍ତ ପାତ୍ର/ଆସିକା): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଚଷା ପିତଳ ଗାଁ ନିକଟରେ ଗୋଟିଏ ବାର ବର୍ଷର ନାବାଳିକାକୁ ଅପହରଣ କରି ବଳି ପକାଇବା ପାଇଁ ଉଦ୍ୟମ କରୁଥିବା ବେଳେ ତିନିଜଣ ଧରାପଡିଛନ୍ତି । ତେବେ ସେଠାରୁ ତାନ୍ତ୍ରିକ ଜଣକ ଫେରାର୍ ହୋଇଥିବା ସୁଚନା ମିଳିଛି । ପୋଲିସ୍ ସେମାନଙ୍କ ଠାରୁ ଦୁଇଟି ଖଣ୍ଡା ଜବତ କରିବା ସହ ବାଇକ୍ ମଧ୍ୟ ଜବତ କରାଯାଇଛି ।

ସୁଚନା ଅନୁଯାୟୀ, ଗତ କିଛି ଦିନ ତଳେ ନାବାଳିକା ଭାଇକୁ ରାମଚନ୍ଦ୍ର ପୁର ଓ ପିତଳ ଅଂଚଳର ତିନି ଜଣ ଆସି ତିରିଶି ହଜାର ଟଙ୍କାରେ ନାବାଳିକାଙ୍କୁ କିଣିବା ପାଇଁ କହିଥିଲେ । କିନ୍ତୁ ଭାଇ ମନା କରିବାରୁ ତାକୁ ଧମକ ଚମକ ଦେଇ ଥିଲେ ଏବଂ ଅପହରଣ କରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ । ଅପହରଣ କରିବା ସମୟରେ ଭାଇ ପାଟି କରିବାରୁ ପଡୋଶୀ ମାନେ ଆସି ପହଞ୍ଚି ଯାଇଥିଲେ । ଯାହା ଫଳରେ ଉକ୍ତ ତିନି ଜଣଙ୍କୁ କାବୁ କରିବାରେ ସଫଳ ହୋଇ ପାରିଥିଲେ । ଏନେଇ ଆସିକା ଥାନା ରେ ଅଭିଯୋଗ ହୋଇ ଥିଲା । ଖବର ପାଇ ଘଟଣା ସ୍ଥଳରେ ଆସିକା ପୋଲିସ ପଂହଁଚି ତିନି ଅଭିଯୁକ୍ତକୁ ଗିରଫ କରିବା ସହ ବାଇକ ଓ ଖଣ୍ଡାକୁ ଜବତ କରିଛି । ତିନି ଅଭିଯୁକ୍ତ ହେଲେ ରାମଚନ୍ଦ୍ର ପୁର ଓ ପିତଳ ଅଂଚଳର ଚିତ୍ରସନ ତରାଇ, ପଞ୍ଚାନନ ଗୌଡ଼ ଓ ଅମୟ କୁମାର ସ୍ୱାଇଁ । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବାବେଳେ ଅନ୍ୟ ସହଯୋଗୀ ପାଞ୍ଚ ଜଣ ଫେରାର ଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

Related posts

କଂଗ୍ରେସ ବିଧାୟକଙ୍କ ପାଇଁ ଦିଲ୍ଲୀରୁ ଆସିଲା ଡାକରା

mahabharatanews

ଆଜି ସୁନାବେଶ : ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

mahabharatanews

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

mahabharatanews