ଓଡିଶା

ବିଭିନ୍ନ ଅଞ୍ଚଳ ବୁଲି ଲକଡାଉନ କଟକଣା ସମୀକ୍ଷା କଲେ ଗଞ୍ଜାମ ଏସପି

(ରଜନୀକାନ୍ତ ପାତ୍ର/ହିଞ୍ଜିଳୀ): ଗଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି। ଏଠାରେ ଦିନକୁ ଦିନ ସ୍ଥିତି ଆହୁରି ଗମ୍ଭୀର ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ପୁଣି ଥରେ ଜିଲ୍ଲାରେ ଲକଡାଉନ ଘୋଷଣା କରିଛନ୍ତି । କେବଳ ଜରୁରୀ ସେବାଗୁଡିକୁ ବାଦ ଦେଲେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୬ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଦୋକାନଗୁଡିକ ଖୋଲା ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଲକଡାଉନ କଟକଣା ଜିଲ୍ଲାରେ କେତେଦୂର ହେଉଛି ସେ ନେଇ ଆଜି ଗଞ୍ଜାମ ଏସପି ବ୍ରିଜେଶ ରାଏ ଦିନିକିଆ ଗସ୍ତରେ ଆସିକା, ସେରଗଡ, ହିଞ୍ଜିଳି ଥାନା ସମେତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ସବୁ ଥାନା ଅଞ୍ଚଳରେ ଲାଗିଥିବା ଗେଟ ଗୁଡିକରେ କିଭଳି ଯାଞ୍ଚ କରାଯାଉଛି ତାହାର ତଦାରଖ ମଧ୍ୟ କରିଥିଲେ । ହିଞ୍ଜିଳି ଗେଟକୁ ଠିକ୍ କରିବା ସହ ଏଠାରେ ଯାଞ୍ଚକୁ ଆହୁରି କଡାକଡି କରିବା ପାଇଁ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିନା କାରଣରେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ସେ ପରାମର୍ଶ ଦେଇଛନ୍ତି ।

Related posts

ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ 

mahabharatanews

ଫିଟିବ ପ୍ରିୟଙ୍କା ହତ୍ୟାର ଗୁମର

mahabharatanews

ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଅନୁଧ୍ୟାନ

mahabharatanews