ଓଡିଶାରାଜନୀତି

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି

ନୂଆପଡା:- ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ପ୍ରଥମ ଥର ଉପନିର୍ବାଚନରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଦଳର ସମସ୍ତ ବରିଷ୍ଠ ନେତା, ସାଂସଦ, ବିଧାୟକ, ସଭାପତି, ପୂର୍ବତନ ସଭାପତିଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ନୂଆପଡାର ବିକାଶ ପାଇଁ ନିର୍ବାଚନୀ କାର୍ଯ୍ୟସୂଚୀ ଜାରି କରିଥିବା କହିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ।

ଶିଳ୍ପ ପ୍ରତିଷ୍ଠା, ଶୀତଳ ଭଣ୍ଡାର ନିର୍ମାଣ. ତିଖାଲି ପ୍ରକଳ୍ପ ଉନ୍ନତିକରଣ ଲାଗି ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି । କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା, କୃଷିର ଉନ୍ନତିକରଣ, ଶୀତଳ ଭଣ୍ଡାର ନିର୍ମାଣ, ନୂଆପଡାର ୬୦ ଭାଗ ଜମିକୁ ଜଳସେଚନର ବ୍ୟବସ୍ଥା, ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରି ଆଦିବାସୀ ମାନଙ୍କୁ ଜମି ଅଧିକାର ଦେବା, ସବୁ ସ୍କୁଲରେ ଶିକ୍ଷକ ପଦବୀ ପୂରଣ କରିବା, ହସ୍ପିଟାଲ ଗୁଡିକରେ ଡାକ୍ତର ନିଯୁକ୍ତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ୱାବଲମ୍ବୀ କରିବା ଇସ୍ତାହାରରେ ଉଲ୍ଲେଖ ରହିଛି ।

Related posts

ପଶ୍ଚିମବଙ୍ଗରେ ପତାକାକୁ ନେଇ ବିସ୍ପୋରକ ହିସାଂକାଣ୍ଡ

mahabharatanews

ଅନୁଗୋଳରେ ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ପ୍ରଚାର 

mahabharatanews

ମୁଖ୍ୟ ବିଚାରପତିଙ୍କ ଦ୍ୱାରା ନୂତନ କୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ

mahabharatanews