ଅପରାଧ

କାଜୁ ବଗିଚାରୁ ଅଚିହ୍ନା ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

(ଟୁକୁନା ଖରା/ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଓଲମା ଗ୍ରାମର କାଜୁ ବଗିଚା ଠାରେ ଏକ ଅଚିହ୍ନା ଯୁବକର ଝୁଲନ୍ତା ଶବ ଉଦ୍ଧାର ହୋଇଛି । ଯୁବକର ଝୁଲନ୍ତା ଶବକୁ ଦେଖି ଗାଁ ଲୋକେ ତେନ୍ତୁଳିଖୁଣ୍ଟି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଏସଆଇ ପ୍ରକାଶ ଚନ୍ଦ୍ର ପାତ୍ର ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ଠିକଣା ଜଣା ପଡିନଥିବା ବେଳେ ଯୁବକର ବୟସ ୨୫ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି । ଯୁବକଙ୍କ ମୃତ୍ୟୁର କାରଣ ଏଯାଏ ଜଣାପଡିନଥିବା ବେଳେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

Related posts

ଝାରସୁଗୁଡାର ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣାରେ ନୂଆ ଟ୍ବିଷ୍ଟ

mahabharatanews

ଜେରକ୍ସ ଦୋକାନରେ ମିଳୁଛି ବେସଲାଇନ୍ ପରୀକ୍ଷା ପ୍ରଶ୍ନପତ୍ର

mahabharatanews

ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

mahabharatanews