ଓଡିଶା

ଚାକିରୀ ପାଇଁ ଆବେଦନ କରିବାକୁ ଯାଇ ମାନିଲେନି କୋଭିଡ ନିୟମ

(ସେଖ୍ ଫୈଜନ କାଦ୍ରୀ/ଭଦ୍ରକ): ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକ ପରି ଭଦ୍ରକରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆଣିବା ପାଇଁ କଟକଣା ଲାଗୁ ହୋଇଛି । ତେବେ ଚାକିରୀ ପାଇଁ ଆବେଦନ କରିବାକୁ ଯାଇ ଏଠାରେ ଆବେଦନକାରୀମାନେ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖିବାକୁ ମିଳିଛି । କୋଭିଡ ୧୯ ପାଇଁ ଏଏନଏମ ପୋଷ୍ଟ ବାହାରିଥିବାରୁ,ପିଲାମାନେ ଆବେଦନ କରିବାକୁ ଆସି ସାମାଜିକ ଦୂରତା ନିୟମକୁ ଭୁଲି ଯାଇଛନ୍ତି । ଭଦ୍ରକ ଜ଼ିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଭଦ୍ରକ ପୌରପାଳିକା ଓ ଧାମନଗର ଏନଏସିକୁ ଲକଡାଉନ ଘୋଷଣା କରାଯାଇଛି । କିନ୍ତୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏଏନଏମ ଚାକିରୀ ପାଇଁ ଆବେଦନ କରିବାକୁ ଶହ ଶହ ସଂଖ୍ୟାରେ ପିଲା ଓ ସେମାନଙ୍କ ଅଭିଭାବକ ରୁଣ୍ଡ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ସାମାଜିକ ଦୂରତା ମାନୁନାହାନ୍ତି । ଏତେ ସଂଖ୍ୟକ ପିଲା ଆସିବେ ବୋଲି ଧାରଣା ନଥିଲା,ଏଥିପ୍ରତି ପଦକ୍ଷେପ ନିଆଯିବ ବୋଲି ସିଡିଏମଓ କହିଛନ୍ତି ।

Related posts

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ନବୀନ

mahabharatanews

ଗୋଟିଏ ଦିନରେ ଭୁବନେଶ୍ୱରରୁ ଆଉ ୧୧୧ କରୋନା ଚିହ୍ନଟ

mahabharatanews

ପରଲୋକରେ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ର 

mahabharatanews