ଓଡିଶା

କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ କୋଭିଡ ପରିସ୍ଥିତି ସମୀକ୍ଷା

(ଜୟନ୍ତ କୁମାର ସେଠୀ/ପୁରୀ): କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ଅନିଲ କୁମାର ସାମଲ ଜିଲ୍ଲାରେ କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ସାମଲ ଜିଲ୍ଲାରେ ଥିବା କରୋନା ଚିକିତ୍ସା କେନ୍ଦ୍ରଗୁଡିକରେ ଉପଲବ୍ଧ ସୁବିଧା ଓ ଖାଦ୍ୟର ମାନ ଉପରେ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ କହିଥିଲେ । ଅନ୍ୟପକ୍ଷରେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ଜିଲ୍ଲାରେ କୋଭିଡ ସ୍ଥିତି, କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର, କୋଭିଡ କେୟାର ସେଣ୍ଟର, କୋଭିଡ କେୟାର ହୋମ, ଗ୍ରାମ୍ୟ ସ୍ତରୀୟ କରୋନା ପରିଚାଳନା କମିଟି ଗଠନ ସଂପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କୁ ଜଣାଇଥିଲେ । ସେହିଭଳି ଜିଲ୍ଲାର ସହରାଞ୍ଚଳ ବସ୍ତିରେ କରୋନା ନିୟନ୍ତ୍ରଣ ପାଇଁ କରୋନା କେୟାର ମନିଟର ଭାବେ ସ୍ବେଚ୍ଛାସେବୀ ମୁତୟନ, କରୋନା ଟେଷ୍ଟିଂ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ବିନୟ କୁମାର ଦାସ, ଶ୍ରୀ ସୁବାଷ ଚନ୍ଦ୍ର ନାଥଶର୍ମା, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related posts

କରୋନା ସଚେତନତା ପାଇଁ ବିଏମସିର ୨ ଦିନିଆ କର୍ମଶାଳା

mahabharatanews

ଜଳବନ୍ଦୀ ସମସ୍ୟା ନେଇ ବିଏମସି କମିଶନରଙ୍କ ସମୀକ୍ଷା ବୈଠକ

mahabharatanews

ଫେବୃଆରୀରେ ଘର ନିର୍ମାଣ ପାଇଁ ମିଳିବ ୱାର୍କ ଅର୍ଡର

mahabharatanews