ଓଡିଶା

ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ, ୨ ମାଓବାଦୀ ମୃତ

(ବନବାସୀ ପ୍ରଧାନ/କନ୍ଧମାଳ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ପଞ୍ଚାୟତର ରାମପଦର ନିକଟ ନାକୁଡ ପଡା ଘାଟିରେ ଆଜି ଏସଓଜି ଯବାନ, ଡିଭିଏଫ ଓ ପୋଲିସ ବାହିନୀର ମିଳିତ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଏହି ସମୟରେ ଏଠାରେ ଲୁଚି ରହିଥିବା ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଏଥିେରେ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଗୁଳି ବିନିମୟ ପରେ ବି ଏଠାରେ ସର୍ଚ୍ଚ ଅପରେସନ ଚାଲୁ ରହିଥିଲା । ଏହି ଘଟଣା ପରେ ପୋଲିସ ଡିଜିପି ଯବାନମାନଙ୍କୁ ଧନ୍ୟବାଦ ଦେବା ସହ ମାଓବାଦୀମାନଙ୍କୁ ଅସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଟୁଇଟ୍ କରି ନିବେଦନ କରିଛନ୍ତି ।

Related posts

ପଞ୍ଚାୟତ ସ୍ତରୀୟ ମହିଳା ଗୋଷ୍ଠୀର କର୍ମକର୍ତ୍ତା ନିର୍ବାଚିତ

mahabharatanews

ଆସନ୍ତା କାଲି ପ୍ରକାଶ ପାଇବ +୨କଳା ଏବଂ ଧନ୍ଦାମୂଳକ ରେଜଲ୍ଟ

mahabharatanews

ନବୀନଙ୍କ ଚିଠି,ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

mahabharatanews