Uncategorized

ଆମେରିକାକୁ ଚୀନର ଚେତାବନୀ: କନ୍‌ସୁଲେଟ୍ ବନ୍ଦ କଲେ ପ୍ରତିଶୋଧ ନିଆଯିବ

ବେଜିଂ: ହଷ୍ଟନ୍‌ରେ ଚଳିତ ସପ୍ତାହରେ ହେବାକୁ ଥିବା ଚୀନ୍‌ର କନ୍‌ସୁଲେଟ୍ ବନ୍ଦ କରାଇବାକୁ ଯୁକ୍ତରାଷ୍ଟ୍ର ଆମେରିକା ପଦକ୍ଷେପ ନେଇଥିବାକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ଆମେରିକାର କାର୍ଯ୍ୟର ନିଶ୍ଚୟ ପ୍ରତିଶୋଧ ନିଆଯିବ ବୋଲି ଚୀନ୍ କହିଛି। କନ୍‌ସୁଲେଟ୍ ବନ୍ଦ କରିବାକୁ ମଙ୍ଗଳବାର ଦିନ ୱାସିଂଟନ ଚୀନ୍‌କୁ ୭୨ ଘଣ୍ଟା ସମୟ ଦେଇଥିଲା। ଆମେରିକାର ବୌଦ୍ଧିକ ସମ୍ପତ୍ତି ଏବଂ ଆମେରିକୀୟମାନଙ୍କର ବ୍ୟକ୍ତିଗତ ସୂଚନା ନିରାପଦ ରଖିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ୱାସିଂଟନ୍ କହିଥିଲା। ଚୀନ୍‌ର ସମ୍ବାଦପତ୍ର ‘ଦି ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ରିପୋର୍ଟ କରିଛି ଯେ, ଚେଙ୍ଗଡୁ ସହରର ଦକ୍ଷିଣପଶ୍ଚିମରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର କନ୍‌ସୁରଲେଟ୍‌କୁ ଚୀନ୍ ବନ୍ଦ କରିପାରେ।
ଆମେରିକାର ଅଭିଯୋଗକୁ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍‌ ୱେନ୍‌ବିନ୍ ଷଡ଼ଯନ୍ତ୍ର ଓ ଦୁର୍ଭାବନାପୂର୍ଣ୍ଣ ଅପବାଦ ବୋଲି ବର୍ଣ୍ଣନା କରି କହିଛନ୍ତି । ଏହି ଅଯୌକ୍ତିକ ପଦକ୍ଷେପ ସମ୍ପର୍କର ସାଙ୍ଘାତିକ କ୍ଷତି ସାଧନ କରିଥିବା ୱିନବିନ କହିଛନ୍ତି । ଏହାର ପ୍ରତିଶୋଧ ନିଆଯିବ ବୋଲି ସେ କହିଥିବା ବେଳେ ଏଥିପାଇଁ କି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା କହିବାକୁ ମନା କରିଦେଇଛନ୍ତି । ଚୀନ୍ ଆବଶ୍ୟକ ମୁକାବିଲା କରିବ ଓ ତା’ର ଆଇନଗତ ଅଧିକାରକୁ ସୁରକ୍ଷିତ ରଖିବ ବୋଲି ସେ କହିଛନ୍ତି ।

Related posts

କେବଳ ଦିଲ୍ଲୀ ନୁହେଁ, ଏହା ଦେଶ ବ୍ୟାପୀ ମାଗଣ। ଟୀକା ବଣ୍ଟନ ହେବ: ହର୍ଷ ବର୍ଦ୍ଧନ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି କୋବି ପରଟା

mahabharatanews

କଣ୍ଟେନର ମାଡିଯିବାରୁ ୬ ଜଣଙ୍କ ମୃତ୍ୟୁ

mahabharatanews