ଅପରାଧ

ରାଗରେ ଅନ୍ଧହୋଇ ଗଭବତୀ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

ଭୁବନେଶ୍ବର/ଶିଳାସ୍ମିତା: ଗତକାଲି ଭୁବନେଶ୍ବର ଏୟାରପୋର୍ଟ ନିକଟ କାରଗିଲ ବସ୍ତୀରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଥିଲେ । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଘରୋଇ କଳିକୁ ନେଇ ଏହି ହତ୍ୟା ହୋଇଛି । ମୃତ ମହିଳା ମୃତ୍ୟୁ ବେଳକୁ ଗର୍ଭବତୀ ଥିଲେ ଓ ସେମାନଙ୍କ ବିବାହ ଫେବୃଆରୀ ମ।।ସରେ ହୋଇଥିଲା ।
କାରଗିଲ ବସ୍ତୀରେ ରହୁଥିବା ମୁରଲିଧର ବେହେରା ରାଜମିସ୍ତ୍ରୀ ଭାବେ କାମ କରେ । ଗତ ଫେବୃଆରୀ ମାସରେ ସେ ଶକୁନ୍ତଳା ମାଝୀଙ୍କୁ ବିବାହ କରିଥିଲା । ଗତକାଲି କାମରୁ ଫେରିବା ପରେ ମୁରଲି ଓ ଶକୁନ୍ତଳାଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ବଚସା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇପଡିଥିଲା ମୁରଲି ଓ ଏକ ହାତୁଡା ଆଣି ଶକୁନ୍ତଳାଙ୍କୁ ପିଟିଥିଲା । ମୁରଲି ତାର ହିତାହିତ ଜ୍ଞାନ ଭୁଲିଯାଇଥିଲା । ପିଟୁପିଟୁ ଶକୁନ୍ତଳାଙ୍କ ମୃତ୍ୟୁ ହୋଇ ଯାଇଥିଲା । ମୃତ୍ୟୁବେଳକୁ ଶକୁନ୍ତଳା ଗର୍ଭବତୀ ଥିଲେ । ଏହି ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁରଲିକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ହାତୁଡାକୁ ଜବତ କରିଥିଲା ।

Related posts

କଚ୍ଚ ଉପକୂଳରୁ ୩୬ ଲକ୍ଷ ଟଙ୍କାର ଚରସ ଜବତ

mahabharatanews

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା

mahabharatanews

କ୍ରାଇମବ୍ରାଞ୍ଚ ହାତରେ ରହସ୍ୟମୟୀଙ୍କ ଫଟୋ

mahabharatanews