Uncategorized

କରୋନା ଭୂତାଣୁ ସମ୍ପର୍କରେ ତଥ୍ୟ ଲୁଚାଇଥିଲା ଚୀନ ସରକାର

ବେଜିଂ: ଚୀନ ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଜଣେ ଚୀନୀ ବିଶେଷଜ୍ଞ । ହଂକଂର ସୁକ୍ଷ୍ମଜୀବ ବିଜ୍ଞାନ ଏବଂ ଚିକିତ୍ସା ବିଭାଗ ପ୍ରଫେସର କ୍ବକ୍‌ ୟଙ୍ଗ ୟୁଏନ୍‌ କହିଛନ୍ତି ଚୀନର ଉହାନ ବଜାରରୁ କରୋନା ଭୂତାଣୁ ବ୍ୟାପିଥିବା ଅଭିଯୋଗ ଆସିବା ପରେ ସେଠାକୁ ଏକ ବିଶେଷଜ୍ଞ ଟିମ୍‌ ଯାଞ୍ଚ ପାଇଁ ଯାଇଥିଲେ। କିନ୍ତୁ ଯାଞ୍ଚ ପୂର୍ବରୁ ସ୍ଥାନୀୟ ପ୍ରଶାସନ ଉହାନର ହୁନାନରେ ଥିବା ସୁପର ମାର୍କେଟକୁ ସଫା କରିଦେଇଥିଲେ । ଫଳରେ ଭୂତାଣୁ ନଷ୍ଟ ହୋଇଯାଇଥିଲା ଓ ପ୍ରମାଣ ନଷ୍ଟ ହୋଇଯାଇଥିଲା । ପ୍ରଫେସର ୟୁଏନ୍‌ ଯାଞ୍ଚକାରୀ ଟିମ୍‌କୁ ସହାୟତା କରିଥିଲେ।
ୟୁଏନ୍‌ କହିଛନ୍ତି, କରୋନାର ଚିକିତ୍ସା ସମ୍ବନ୍ଧୀୟ ନିସ୍କର୍ଷ ଦିଗରେ ଆବଶ୍ୟକ ପଦକ୍ଷେପ ଅତ୍ୟନ୍ତ ଧିମା ରହିଥିଲା। ଆମେ ଯେତେବେଳେ ହୁନାନ ସୁପର ମାର୍କେଟରେ ପହଞ୍ଚିଲୁ ସେତେବେଳେ ସେଠାରେ ଯାଞ୍ଚ କରିବା ଲାଗି କିଛି ନ ଥିଲା। କାରଣ ବଜାରକୁ ପୂର୍ବରୁ ସଫା କରିଦିଆଯାଇଥିଲା। ଆମକୁ ସେପରି କିଛି ମିଳି ନ ଥିଲା, ଯେଉଁଥିରୁ ଏହି ଭୂତାଣୁ ମଣିଷକୁ ବ୍ୟାପୁଛି ବୋଲି କିଛି ସୁରାକ୍‌ ମିଳିପାରିବ। ସ୍ଥାନୀୟ ପ୍ରଶାସନିକ ସ୍ତରରେ କିଛି ଲୁଚାଯାଇଥିବା ସନ୍ଦେହ କରାଯାଉଛି। ଯେଉଁ ସ୍ଥାନୀୟ ଅଧିକାରୀମାନଙ୍କୁ ତତ୍କାଳ କିଛି ସୂଚନା ଆମକୁ ପଠାଇବା ଜରୁରୀ ଥିଲା ସେମାନେ ତାହା ସେପରି ତତ୍ପରତାର ସହ ପଠାଇ ନ ଥିଲେ। ସେହିପରି ଏହି ଭୂତାଣୁକୁ ପ୍ରଥମେ ଠାବ କରିଥିବା ଚୀନର ଡାକ୍ତର ଲି ୱେନଲିୟାଙ୍ଗ ଏବଂ ଅନ୍ୟମାନଙ୍କୁ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଲି କରୋନା ଭୂତାଣୁ ବିଷୟରେ ରିପୋର୍ଟ ଦେବାରେ ପ୍ରଥମ ବ୍ୟକ୍ତି ଥିଲେ। ସେ ନିଜେ ଏଥିରେ ସଂକ୍ରମିତ ହୋଇଥିଲେ ଏବଂ ଗତ ଫେବୃୟାରୀରେ ତାଙ୍କର ମୃତ୍ୟୁ ଘଟିଥିଲା।

Related posts

ସିଏଏ, ଏନପିଆରକୁ ନେଇ ଶିବସେନା-ଏନସିପି ଏକାଠି

mahabharatanews

ମହାରାଷ୍ଟ୍ର ଯାଉଥିଲେ ଏହି ସ୍ଥାନ କରନ୍ତୁ ପରିକ୍ରମା

mahabharatanews

ସୁନୀଲ ସେଟ୍ଟୀ ନାଡାର ବ୍ରାଣ୍ଡ ଆମ୍ବାସାଡର

mahabharatanews