Uncategorized

ଭୀମା କୋରେଗାଓଁ ହିଂସା ଘଟଣା: ଦିଲ୍ଲୀ ୟୁନିଭର୍ସିଟିର ପ୍ରଫେସର ଗିରଫ

(ନୂଆଦିଲ୍ଲୀ): ମହାରାଷ୍ଟ୍ରର ଭୀମା କୋରେଗାଓଁ ହିଂସା ମାମଲାର ଯାଞ୍ଚ ଆଗକୁ ବଢିଛି । ଏହି ମାମଲାରେ ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଜଣେ ପ୍ରଫେସର ହନୀ ବାବୁ ଏମ୍ଟିଙ୍କୁ ଗିରଫ କରିଛି। ତାଙ୍କୁ ଦିଲ୍ଲୀ ଉପକଣ୍ଠ ନୋଏଡା ଘରୁ ଗିରଫ କରାଯାଇଛି । ଆଜି ତାଙ୍କୁ ମୁମ୍ବାଇର ଏନଆଇଏ କୋର୍ଟରେ ହାଜର କରାଯିବ । ହନୀ ବାବୁ ମାଓବାଦୀ ବିଚାରଧାରା ପ୍ରଚାର କରିବା ଅଭିଯୋଗରେ ତାଙ୍କୁ ଏନଆଇଏ ଗିରଫ କରିଛି।
ଏନଆଇଏର ମୁଖପାତ୍ର କହିଛନ୍ତି, ପ୍ରଫେସର ହନୀ ବାବୁ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରରେ ରୁହନ୍ତି। ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଇଂଲିଶ ବିଭାଗରେ ସହକାରୀ ପ୍ରଫେସର ଅଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ, ହନୀ ବାବୁ ଆତଙ୍କବାଦୀ ଗତିବିଧି ଏବଂ ମାଓବାଦୀ ବିଚାରଧାରାର ପ୍ରଚାର କରୁଥିଲେ। ଭୀମା କୋରେଗାଁଓ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଷଡ଼ଯନ୍ତ୍ରକାରୀମାନଙ୍କ ସହିତ ସେ ବି ସାମିଲ ଥିଲେ ବୋଲି ଏନଆଇଏ କହିଛି। ବୁଧବାର ତାଙ୍କୁ ଏନଆଇଏ କୋର୍ଟରେ ହାଜର କରାଯିବ।
ସୂଚନାଯୋଗ୍ୟ, ୨୦୧୭ ଡିସେମ୍ବର ୩୧ରେ ମହାରାଷ୍ଟ୍ରର ପୁଣେ ଜିଲା ଅନ୍ତର୍ଗତ ଭୀମା କୋରେଗାଁଓ ଯୁଦ୍ଧ ସ୍ମାରକ ନିକଟରେ ହିଂସାକାଣ୍ଡ ଘଟିଥିଲା। ଭୀମା କୋରେଗାଁଓ ୟାଲଗାର ପରିଷଦ ପକ୍ଷରୁ ଏଠାରେ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇଥିବା ବୁଦ୍ଧିଜୀବୀମାନେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବାରୁ ହିଂସାକାଣ୍ଡ ଘଟିଥିଲା। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ୩୦ ପୁଲିସ କର୍ମଚାରୀଙ୍କ ସହିତ ବହୁ ଲୋକ ଆହତ ହୋଇଥିଲେ।

Related posts

ମାଟ୍ରିକ ଖାତା ଦେଖା ଆରମ୍ଭ

mahabharatanews

ଆଜି ୨୪ ଘଣ୍ଟାରେ ୮୬, ୪୩୨ କରୋନା ଆକ୍ରାନ୍ତ ଚିହ୍ନଟ,୧୦୮୯ ମୃତ

mahabharatanews

ସରକାରୀ କାର୍ଯ୍ୟକ୍ରମରେ ପତ୍ନୀଙ୍କ ଉପସ୍ଥିତି ନେଇ ପ୍ରଶ୍ନରେ ଦିନକର କ୍ଷୁବ୍ଧ

mahabharatanews