ଓଡିଶା

ସମ୍ବଲପୁରୀ ଶାଢୀକୁ ବିଦ୍ୟାଙ୍କ ପ୍ରଶଂସା

ସମ୍ବଲପୁର/ଶିଳାସ୍ମିତା ରାୟ: ମୁକ୍ତିଲାଭ କରୁଛି ପ୍ରସିଦ୍ଧ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’ । ଏହି ଫିଲ୍ମର ପ୍ରମୋସନ୍‌ ଅବସରରେ ବିଦ୍ୟା ବାଲାନ ସମ୍ବଲପୁରୀ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି। ଶାଢି ପିନ୍ଧି ସେ ସମ୍ବଲପୁରୀ ଶାଢ଼ିର ବୁଣାକାରମାନଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି । ଏହି ଶାଢ଼ି ତାଙ୍କୁ ବହୁତ ଭଲ ଲାଗିଛି ଓ ସେ ଶାଢୀ ପିନ୍ଧି ବହୁତ ଖୁସି ଥିବା କହିଛନ୍ତି ।
ଶକୁନ୍ତଳା ଦେବୀ ଫିଲ୍ମ ପାଇଁ ସ୍ବତନ୍ତ୍ର ଭାବେ ଅର୍ଡର ଦିଆଯାଇ ଏହି ସମ୍ବଲପୁରୀ ଶାଢୀ ତିଆରି ହୋଇଛି । ଏହି ଶାଢ଼ି ସାରା ବିଭିନ୍ନ ଗାଣିତିକ ସମୀକରଣର ଚିତ୍ର ରହିଛି। ଶାଢ଼ିଟିକୁ ସୋନପୁର କେନ୍ଦୁପାଲିର ରମାକାନ୍ତ ‌ମେହେର ବୁଣିଥିବା ଓ ଭୁବନେଶ୍ବର ଭିତ୍ତିକ ଉତ୍କଳ ମିତ୍ର ସଂସ୍ଥା ଏହାର ବ୍ରାଣ୍ଡିଂ କରିଥିବା ବିଦ୍ୟା ସୂଚନା ଦେଇଛନ୍ତି। ମଲବେରି ସିଲ୍‌କ ସୂତାରେ ଏହି ବାନ୍ଧ ଶାଢ଼ିଟି ବୁଣିବା ପାଇଁ ଶ୍ରୀ ମେହେରଙ୍କୁ ୧ ମାସ ସମୟ ଲାଗିଥିଲା। ଏହି ସିନେମା ଜରିଆରେ ସାରା ଦୁନିଆରେ ସମ୍ବଲପୁରୀ ଶାଢ଼ିର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଶକୁନ୍ତଳା ଦେବୀ ସିନେମା ଶୁକ୍ରବାର ରିଲିଜ୍ ହେବାକୁ ଯାଉଥିବାବେଳେ ଶନିବାର ବିଶ୍ବବ୍ୟାପୀ ‘ସମ୍ବଲପୁରୀ ଦିନ୍ ପାଳିତ ହେବ। ବିଦ୍ୟା ବାଲନ୍‌ ଟ୍ବିଟରରେ ମଧ୍ୟ ଶାଢ଼ି ସହ ଫଟୋ ପୋଷ୍ଟ କରିଛନ୍ତି।

Related posts

ହିଞ୍ଜିଳିକାଟୁ ସହର ସିନେମା ହଲ ଛକ ନିକଟରେ ସଡ଼କରେ ଦୁର୍ଘଟଣା ରେ ଯୁବକ ଗୁରୁତର।

mahabharatanews

ଝୁଲନ୍ତା ଅବସ୍ଥାରେ ଗଛରୁ ଯୁବକଙ୍କ ମୃତ ଶରୀର ଉଦ୍ଧାର

mahabharatanews

୨ଦିନ ପରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ

mahabharatanews