Uncategorized

ରାଜ୍ୟ ସରକାରର ନିଷ୍କ୍ରିୟତା କିନ୍ନରଙ୍କ ମାନବିକ ଅଧିକାର ଉଲ୍ଲଂଘନ କରୁଛି

ନୂଆଦିଲ୍ଲୀ: ଦେଶରେ କିନ୍ନରମାନଙ୍କ ପ୍ରଗତି ପାଇଁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବିକ ଅଧିକାର କମିସନ୍ ରିପୋର୍ଟ ମାଗିଛନ୍ତି । ରିପୋର୍ଟ ନ ମିଳିଲେ ସମ୍ପୃକ୍ତ ସରକାରୀ କର୍ତ୍ତୃପକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଆଦେଶ ଦିଆଯିବ ବୋଲି ସତର୍କ କରାଇ ଦିଆଯାଇଛି।ଏକ ପିଟିସନ୍‌ ଆଧାରରେ ଜାତୀୟ ମାନବିକ ଅଧିକାର କମିସନ ଏହି ଆଦେଶ ଜାରି କରିଛନ୍ତି । ଏହି ପିଟିସନକୁ ସୁପ୍ରିମ୍ କୋର୍ଟ ଓକିଲ ତଥା ସମାଜସେବୀ ରାଧାକାନ୍ତ ତ୍ରିପାଠୀ ଫାଇଲ କରିଥିଲେ ।
କରୋନା ସମୟରେ କିନ୍ନରମାନଙ୍କ ଦୁର୍ଦ୍ଦଶାକୁ ନେଇ ଶ୍ରୀଯୁକ୍ତ ତ୍ରିପାଠୀ ଆୟୋଗଙ୍କ ନିକଟରେ ପିଟିସନ ଦାୟର କରିଥବଲେ । କିନ୍ନର ବ୍ୟକ୍ତିବିଶେଷଙ୍କର ଅଧିକାର ସୁରକ୍ଷିତ ରଖିବା ନିମନ୍ତେ ସୁପ୍ରିମ୍ କୋର୍ଟ ଦେଇଥିବା ‘ଏନ୍‌ଏଏଲ୍‌ଏସ୍‌ଏ’ ପ୍ରଣୟନ କରିବାରେ ରାଜ୍ୟମାନେ ବିଫଳ ‌ହୋଇଥିବା କଥା ସେ କହିଛନ୍ତି। ଭାରତରେ କରୋନା ସଂକ୍ରମଣ ସମୟରେ କିନ୍ନରମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନାଚତାମସା କରିବା, ଛୋଟମୋଟ କାମ କରିବା କି, ଛୋଟଧରଣର ବ୍ୟବସାୟ କରିବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି। ଏପରି ସମୟରେ ସେମାନଙ୍କ ବଞ୍ଚିବା ପାଇଁ ରାଜ୍ୟ କିଛି କରି ନ ଥିଲା ବୋଲି ତ୍ରିପାଠୀ ଉଲ୍ଲେଖ କରିଛନ୍ତି।
ରାଜ୍ୟ ସରକାରର ଅବହେଳାରୁ କିନ୍ନରଙ୍କ ସାମାଜିକ କଲ୍ୟାଣ ଯୋଜନା ଲାଭ ମରିଚିକା ପାଲଟି ଯାଇଥିଲା। ସାମାଜିକ ବାସନ୍ଦ ଏବଂ ଜନସାଧାରଣଙ୍କ ଭିନ୍ନ ମନୋଭାବ ଯୋଗୁଁ କିନ୍ନର ସମ୍ପ୍ରଦାୟ ଅସ୍ବାସ୍ଥ୍ୟକର ପରିବେଶରେ ରହିଥିଲେ। କେନ୍ଦ୍ର କି, ରାଜ୍ୟ ଯୋଜନାରେ ସେମାନଙ୍କୁ ବାସଗୃହ କିଂବା ଶୌଚାଳୟ ମିଳିନାହିଁ। ସେମାନେ ଖାଦ୍ୟ, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ରୋଜଗାର, ପ୍ରାଥମିକ ଶିକ୍ଷା ଆଦି ଅଧିକାରରୁ ବଞ୍ଚିତ। ଭୂମିହୀନଙ୍କ ପାଇଁ ଥିବା ଯୋଜନାରୁ ମଧ୍ୟ ଏମା‌ନେ ବଞ୍ଚିତ। ରାଜ୍ୟ ସରକାରର ନିଷ୍କ୍ରିୟତା ଓ ରାଜ୍ୟ ପ୍ରଶାସନିକ ବିଫଳତା କିନ୍ନରଙ୍କ ମାନବିକ ଅଧିକାର ଉଲ୍ଲଂଘନ କରିଥିବା ସେ ଅଭିଯୋଗ କରିଥିଲେ ।

Related posts

ସୁସ୍ଥ ହୋଇ ଅଫସିକୁ ଫେରିଲେ ବ୍ରିଟେନ ପ୍ରଧନମନ୍ତ୍ରୀ

mahabharatanews

ଭାରତୀୟ ସେନା ଗୁରୁତର ସ୍ଥିତିରେ ଗର୍ଭବତୀଙ୍କୁ କଲେ ସ୍ଥାନାନ୍ତର

mahabharatanews

ଶିବାଙ୍ଗୀଙ୍କ ମ୍ୟୁଜିକ ଭିଡ଼ିଓ ରିଲିଜ

mahabharatanews

Leave a Comment