(ସୂର୍ୟ୍ୟକାନ୍ତ ବେହେରା/ମାଲକାନାଗିରି): ମାଲକାନାଗିରି ଜିଲ୍ଲାରେ ମହାମାରୀ କରୋନା ତାର କାୟା ବିସ୍ତାର କରିଛି । ବେଳେ ଏଠାରେ ପ୍ରଥମ କରି ଏକ ୧୩ ମାସର ଶିଶୁ କରୋନାରୁ ସୁସ୍ଥ ହୋଇଥିବା ଖବର ମିଳିଛି । ଶିଶୁଟି କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୪୫ ଗ୍ରାମର ବୋଲି ଜଣାପଡିଛି । ଶିଶୁ ଓ ତା ମାଆ ଚେନ୍ନାଇରୁ ଫେରି ଏମଭି-୭୨ ସଂଗରୋଧ କେନ୍ଦ୍ରରେ ଥିଲେ । ସେଠାରେ ସେମାନଙ୍କ ସ୍ୱାବ ପରୀକ୍ଷା କରାଯିବାରୁ ଉଭୟେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ପରେ ମାଆ ଓ ଶିଶୁକୁ ମାଲକାନାଗିରି କୋଭିଡ ହସ୍ପିଟାଲକୁ ପଠାଯାଇଥିଲା । ପରେ ସେଠାରୁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମାଆ ଓ ଶିଶୁ ଚିକିତ୍ସିତ ହେଉଥିଲେ । ଦୀର୍ଘ ୧୧ ଦିନ ପରେ ସୁସ୍ଥ ହୋଇ ନିଜ ଘର ତର୍ଲାକୋଟ ପଞ୍ଚାୟତର ଏମଭି-୩୭ ଗାଁକୁ ଫେରିଛନ୍ତି । ଏବେ ୧୩ ମାସର ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ପୂର୍ବପରି ଖେଳାବୁଲା କରୁଛି ।
previous post
