ଓଡିଶା

ନର୍ସିଂହୋମ ମାଲିକ ଓ କର୍ମଚାରୀ କରୋନା ନେଗେଟିଭ

(ତାରାକାନ୍ତ ନାୟକ/ସାଲେପୁର): କଟକ ଜିଲ୍ଲା ସାଲେପୁର ବ୍ଲକ ଅଞ୍ଚଳର ଏକ ନର୍ସିଂହୋମ୍ର ମାଲିକଙ୍କ ସମେତ ଏହାର ସମସ୍ତ କର୍ମଚାରୀ କରୋନା ନେଗେଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ, ବ୍ଲକ ଅନ୍ତର୍ଗତ ଶିଶୁଆ ପଞ୍ଚାୟତ ସପନପୁର ଗାଁରେ ଥିବା ଶ୍ରୀରାମ ନର୍ସିଂହୋମରେ କିଛିଦିନ ତଳେ ଚିକିତ୍ସିତ ହେଉଥିବା ଜଣେ ଗର୍ଭବତୀ ମହିଳା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ନର୍ସିଂହୋମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା। କଣ୍ଟାକ ଟ୍ରେସିଂରେ ୫୪ ଜଣଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଏହାର ରିପୋର୍ଟ ଆସିବା ପରେ ଉକ୍ତ ନର୍ସିଂହୋମର ମାଲିକ, ତାଙ୍କ ପରିବାର ଓ ସମସ୍ତ କର୍ମଚାରୀଙ୍କୁ କରୋନା ହୋଇନଥିବା ଜଣାପଡିଛି । ଅନ୍ୟପଟେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମହିଳାଙ୍କ ପରିବାର ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ନମୁନା ନେଗେଟିଭ ଥିବା ନର୍ସିଂହୋମ ପକ୍ଷରୁ ସୂଚନା ଦିଆଯାଇଛି।

Related posts

କାମାସକ୍ତଙ୍କ ବର୍ବର କାଣ୍ଡ

mahabharatanews

ଅସହ୍ୟ ତାତି : ଗୁଳୁଗୁଳିରେ ହନ୍ତସନ୍ତ ରାଜ୍ୟବାସୀ 

mahabharatanews

୨ ଦିନ ବର୍ଷା ସମ୍ଭାବନା; ୱାର୍ଣ୍ଣିଂ ଜାରି   

mahabharatanews