ଓଡିଶା

ଉତ୍କଳ ବିକାଶ ପରିଷଦ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ

(ମହାଭାରତ/କଟକ): କଟକର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ’ ପକ୍ଷରୁ କଟକ ସଦର ବ୍ଲକ ଅରିଲୋ, ସୋମପୁର ପଞ୍ଚାୟତର ଗ୍ରାମାଞ୍ଚଳର ଲୋକମାନଙ୍କୁ ମାସ୍କ ଏବଂ ସାନିଟାଇଜ଼ର ବଣ୍ଟନ କରାଯାଇଛି । ଏହି ସେଵା କାର୍ୟ୍ୟକୁ ସଂଗଠନର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ପରିଚାଳନା କରିଥିଲେ । ଏହି ଅବସରରେ ସ୍ଥାନୀୟ ଲୋକମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଯାଇଥିଲା । ସଂଗଠନର ଅନ୍ୟ କର୍ମକର୍ତ୍ତା ଭାବେ ଇଂ.ପିନାକୀ ମହାନ୍ତି, ବିମଳ ପଣ୍ଡା, ଆଡ଼ଭୋକେଟ ପ୍ରଭାସ ଚନ୍ଦ୍ର ବେହେରା,ସୁରେସ ଚନ୍ଦ୍ର ସ୍ୱାଇଁ, ଆଲୋକ କୁମାର ବେହେରା, ସ୍ୱରୂପ କୁମାର ଦାସ, ସୂର୍ୟ୍ୟନାରାୟଣ ସାହୁ, ଶିବନାରାୟନ ସ୍ୱାଇଁ, ସ୍ମିତେଶ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ସଂଗଠନ ଏପରି ମହତ ସେବା କାର୍ୟ୍ୟକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି ।

Related posts

ଛତିଶଗଡ଼ ସୀମା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁଁ

mahabharatanews

ଓଏଲଏମ ମଞ୍ଚ ପକ୍ଷରୁ ସାତଶଙ୍ଖ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫେଇ

mahabharatanews

ଏହି ୩ ଜିଲ୍ଲାକୁ ଗଡିବ ‘ଲକ୍ଷ୍ମୀ’ ବସ୍

mahabharatanews