ଅପରାଧ

ଅବକାରୀ ବିଭାଗର ଚଢାଉ, ୪୬୦ ଲିଟର ଦେଶୀ ମଦ ଜବତ

(ବିରୂପାକ୍ଷ ପ୍ରଧାନ/ଆଠଗଡ): ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଆଜି ଖୁଣ୍ଟୁଣି ଥାନା ଅଧିନ ଡ଼ାଳୁଆ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଭୋଗୁଆ କୃଷ୍ଣଚନ୍ଦ୍ରପୁର ଗାଁରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯିବା ସହ ପୋଚ ନଷ୍ଟ କରାଯାଇଛି। ପୋଲିସ ପ୍ରଶାସନର ନାକ ତଳେ ଗାଁରେ ଦେଶୀ ମଦ ଭାଟି ଚାଲିଥିବା ନେଇ ଗାଁର ଶିକ୍ଷିତ ଯୁବ ପୀଢି ଓ ବୁଦ୍ଧିଜୀବୀମାନେ ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଥିଲେ । ତେବେ ଗାଁରେ ଦେଶୀ ମଦ ରନ୍ଧା ଓ ବିକ୍ରୀ ସମ୍ପର୍କରେ ଆଠଗଡ ଅବକାରୀ ବିଭାଗକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ଆଜି ଆଠଗଡ ଅବକାରୀ ନିରୀକ୍ଷକ ସଞ୍ଜୀତ କୁମାର ବାର୍ଲାଙ୍କ ନେତୃତ୍ୱରେ ଏକ ଟିମ୍ ଏଠାରେ ୮ଟି ମଦ ଭାଟି ଉପରେ ଚଢାଉ କରିଥିଲେ । ଚଢାଉ ବେଳେ ୪୬୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିବା ବେଳେ ୧୨୪୮୦ ଲିଟର ପୋଚ ନଷ୍ଟ କରାଯାଇଛି । ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ । ତେବେ ଚଢାଉ ସମ୍ପର୍କରେ ଖବର ପାଇ ମଦ ରାନ୍ଧୁଥିବା ବ୍ୟକ୍ତି ସେଠାରୁ ଫେରାର ହୋଇଥିବା ଜଣାପଡିଛି ।

Related posts

ଗାଡି ଧକ୍କାରେ ୨ଜଣକର ମୃତ୍ୟୁ ଜଣେ ଗୁରୁତର

mahabharatanews

ସୁନ୍ଦରଗଡରେ ଗଣହତ୍ୟା : ୭ ଅଭିଯୁକ୍ତ ଗିରଫ

mahabharatanews

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବନ୍ଧା ହେଲେ କୋଟିପତି କିରାଣୀ

mahabharatanews