ଓଡିଶା

ଜିଲ୍ଲାପାଳ କ୍ଷମତାର ଦୁରୁପଯୋଗ କଲେ ସରପଞ୍ଚ, ୫ ପରିବାର ବାସହରା

(ମଧୂସୂଦନ ବହିଦାର/ବଲାଙ୍ଗୀର): କରୋନା ମହାମାରୀ ସମୟରେ ସରପଞ୍ଚମାନଙ୍କୁ ମିଳିଛି ଜିଲ୍ଲାପାଳ କ୍ଷମତା । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଧିନ ସାଲେଭଟା ପଞ୍ଚାୟତର ସରପଞ୍ଚ ଏହି କ୍ଷମତାର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଛି । ସାଲେଭଟା ସରପଞ୍ଚଙ୍କ ଦବଙ୍ଗଗିରି ଏବଂ ବୈମାତୃକ ମନୋଭାଵ ଯୋଗୁଁ ପାଞ୍ଚ ଗୋଟି ପ୍ରଧାନମନ୍ତ୍ରୀ ଆବାସ ଘର ଭଙ୍ଗା ଯାଇଛି । ଫଳରେ ପାଞ୍ଚଟି ପରିବାର ବେସାହାରା ହୋଇଛନ୍ତି । ସୂଚନା ଅନୁସାରେ ଏହି ଗ୍ରାମରେ କିଛି ଆଦିବାସୀ ପରିବାର ବସବାସ କରୁଥିଲେ । ଏମାନଙ୍କୁ ରହିବା ପାଇଁ ପଞ୍ଚାୟତ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ନିର୍ମାଣ କରିବା ପାଇଁ କାର୍ୟ୍ୟାଦେଶ ଦେଇଥିଲେ । କାର୍ୟ୍ୟାଦେଶ ପାଇବା ପରେ ଏହି ଗରିବ ପରିବାରର ଲୋକମାନେ ସରକାରୀ ଅନୁଦାନ ଟଙ୍କା ଏବଂ କିଛି ଧାର କରଜ କରି ଘର ନିର୍ମାଣ କାର୍ୟ୍ୟକୁ ଆଗେଇ ନେଇଥିଲେ । ଏହି ଗରିବ ପରିବାର ଗୁଡିକର ସ୍ୱପ୍ନ ସାକାର ହେବା ପୂର୍ବରୁ ସେମାନଙ୍କ ନିର୍ମାଣାଧିନ ଘର ଗୁଡିକୁ କରୋନା ମହାମାରୀ ସମୟରେ ଜିଲ୍ଲାପାଳ କ୍ଷମତା ପାଇଥିବା ସାଲେଭଟା ସରପଞ୍ଚ ଆଜି ଭାଙ୍ଗି ଦେଇଛନ୍ତି । ଗୋଟିଏ ପଟେ ମହାମାରୀ କରୋନାର ଦାଉ ଏବଂ ଅନ୍ୟପଟେ ନିର୍ମାଣଧୀନ ଘରକୁ ଭାଙ୍ଗିବା ଦୁଃଖକୁ ସହ୍ୟ କରି ନ ପାରି ଉକ୍ତ ଗରିବ ପରିବାରର ଲୋକେ ଲୋଇସିଂହା ଥାନାରେ ସାଲେଭଟା ସରପଞ୍ଚଙ୍କ ସମେତ ଏବଂ ଜଣେ ପୂର୍ବତନ ସାଂସଦଙ୍କ ପୁଅଙ୍କ ସମେତ ପାଞ୍ଚ ଜଣଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରଭଙ୍ଗା କାମରେ ନିୟୋଜିତ ହୋଇଥିବା ମେସିନକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Related posts

ଗୋପବନ୍ଧୁନଗର ପ୍ରେସ କ୍ଳବର ବାର୍ଷିକ ଉତ୍ସବ  

mahabharatanews

ପୌରସଂସ୍ଥା ପକ୍ଷରୁ ରୂପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ବନ୍ଦେ ଭାରତ ଏକ୍ସପ୍ରେସ୍ : ହାୱଡ଼ା ମୁହାଁ ପ୍ରଥମ ଟ୍ରେନ

mahabharatanews