ଓଡିଶା

ବନ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ମାଗିଲେ ମନ୍ତ୍ରୀ

ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବହୁ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି । ରାଜ୍ୟରେ ବନ୍ୟାଜନିତ କ୍ଷୟକ୍ଷତି ଆକଳନ ପାଇଁ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମାଗିଛନ୍ତି ।
ବନ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ଆସିଲା ପରେ କେଉଁଠି କେତେ କ୍ଷତି ହୋଇଛି ଜଣାପଡ଼ିବ । ବନ୍ୟା ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନାହିଁ । ବନ୍ୟା ମାଡ଼ିଯାଇଥିବା ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପାଣି ଛାଡ଼ିବା ପରେ ସେମାନେ ନିଜ ନିଜ ଘରକୁ ଫେରିଛନ୍ତି । ଗୋଦାବରୀରେ ବନ୍ୟା ଆଶଙ୍କା ପାଇଁ ପ୍ରଶାସନକୁ ଆଲର୍ଟ କରାଯାଇଛି । ଢେଙ୍କାନାଳ ଓ ମାଲକାନଗିରିରେ ବିଭିନ୍ନ ଅଞ୍ଚଳର ପ୍ରଭାବିତ ହୋଇଛି । ଆଗକୁ ଲଘୁଚାପ ଆଶଙ୍କା ଯୋଗୁଁ ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଥିବା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।

Related posts

ବଡମ୍ବା ବିଧାୟକଙ୍କ ନରସିଂହପୁର ବାସଭବନରେ ସିବିଆଇ ଚଢାଉ

mahabharatanews

ଦୁଇ ପିକ୍ଅପ୍ ଭ୍ୟାନକୁ ପିଟିଲା ଟ୍ରକ୍, ଡ୍ରାଇଭର ମୃତ

mahabharatanews

ଲିଙ୍ଗରାଜ ମନ୍ଦିର ପାଇଁ ବିଏମସି ପକ୍ଷରୁ ଏକ ନୂଆ ଗାଇଡଲାଇନ ପ୍ରକାଶ

mahabharatanews