ଓଡିଶା

ବର୍ଷା ପାଣି ନିଷ୍କାସନ ପାଇଁ ରାସ୍ତା ହାଣିଲେ ଗ୍ରାମବାସୀ

(ସେଖ୍ ଫୈଜନ କାଦ୍ରୀ/ଭଦ୍ରକ): ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିଦେଇପୁର ପଞ୍ଚାୟତ ମହାନ୍ତି ସାହିରେ ଲଗାଣ ବର୍ଷା ଯୋଗୁ କିଛି ଦିନ ତଳେ ଗାଁ ଦାଣ୍ଡ ବୁଡି ଯାଇଥିଲା । ଫଳରେ ଜଳ ନିଷ୍କାସନ ପାଇଁ ଗାଁ ଲୋକେ କରଞ୍ଜଆଡିଆ-ବିଦେଇପୁର ମୁଖ୍ୟ ରାସ୍ତାକୁ ଗତକାଲି ହାଣିଥିବା ଦେଖିବାକୁ ମିଳିଛି । ସୂଚନା ଅନୂଯାୟୀ, ପ୍ରବଳ ବର୍ଷା ଯୋଗୁ ବିଦେଇପୁର ପଞ୍ଚାୟତ ମହାନ୍ତି ସାହିର ଏକ ପୋଖରୀରେ ବର୍ଷା ପାଣି ଅତ୍ୟଧିକ ଜମିବା ସହ ନିକଟରେ ଥିବା ଘର ଗୁଡିକରେ ପାଣି ପଶିଯିବା ଆଶଙ୍କା ସୃଷ୍ଟି ହୋଇଥିଲା । ତେଣୁ ଗାଁ ଲୋକେ ବିଦେଇପୁର-କରଞ୍ଜଆଡିଆ ରାସ୍ତାର ମହାନ୍ତି ସାହି ନିକଟରେ ଏକ ରାସ୍ତାକୁ ହାଣି ଜଳ ନିଷ୍କାସନ କରିଥିଲେ। ଯାହା ଫଳରେ ରାସ୍ତାରେ ଲୋକଙ୍କ ଯାତାୟତ ବାଧା ପ୍ରାପ୍ତ ହୋଇଥିଲା। ଏପରିକି କରଞ୍ଜଆଡିଆକୁ ଯାଉଥିବା ଆମ୍ବୁଲାନ୍ସ ଏବେ ଫେରି ଆସି ଅନ୍ୟବାଟରେ ଯିବାକୁ ପଡୁଛି। ବିଦେଇପୁର-କରଞ୍ଚଆଡିଆ ରାସ୍ତା ନିର୍ମାଣ କାର୍ୟ୍ୟ ବର୍ତ୍ତମାନ ଚାଲୁ ରହିଛି । ଗାଁ ପୋଖରୀରୁ ଜଳ ନିଷ୍କାସନ ପାଇଁ ଥିବା ହୋମପାଇପ୍ ଭାଙ୍ଗିଯିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଉକ୍ତ ସ୍ଥାନରେ ଜଳ ନିଷ୍କାସନ ପାଇଁ କଲଭର୍ଟ ନିର୍ମାଣ ପାଇଁ ଦାବି କରିଛନ୍ତି।

Related posts

ଜୟପାଟଣା ଚାଲିଛି ୫୬ ପ୍ରହର ଅଖଣ୍ଡ ନାମଯଜ୍ଞ

mahabharatanews

ବିଧି ମୁତାବକ ପ୍ରଭୁଙ୍କ ସ୍ନାନଯାତ୍ରା ସମ୍ପନ୍ନ

mahabharatanews

ଡକାୟତି ଗ୍ୟାଙ୍ଗଙ୍କୁ ଗରଫ କରିବାରେ ସଫଳ ହୋଇଛି କମିସନରେଟ ପୋଲିସ

mahabharatanews