ଓଡିଶା

ସେକ୍ସ ରାକେଟର ମୁଖିଆ କରୋନା ପଜିଟିଭ

କଟକ: ଚାଉଳିଆ ଗଞ୍ଜ ପୁଲିସ ଏକ ବଡ ଧରଣର ସେକ୍ସ ରାକେଟକୁ ନିଜ କବ୍ଜାକୁ ନେଇଛି । କଟକ ବିଦ୍ୟାଧରପୁରରେ ଏହି ରାକେଟକୁ ଠାବ କରିଛି ପୁଲିସ । ଏକ ପରିବା ଦୋକାନ ନାମରେ ହେଉଥିଲା ଦେହ ବ୍ୟବସାୟ । ଏହି ମାମଲାରେ ପୁଲିସ ଦେହଜୀବୀଙ୍କ ସହ ଦଲାକୁ ଗିରଫ କରିଛି । ତେବେ ସବୁଠାରୁ ବଡ କଥା ହେଲା ଏହି ମାମଲାର ସୂତ୍ରଧର କୁହାଯାଉଥିବା ଶିବ ସାମଲକୁ ଜେଲ ପଠାଇବା ପୂର୍ବରୁ ତାର ହୋଇଥିବା କରୋନା ଟେଷ୍ଟରେ ସେ ପଜିଟିଭ ବାହାରିଛି । ଏହା ପରେ ଅନେକ ଶିବ ଦ୍ୱାରା ସଂକ୍ରମିତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି ।
ଶନିବାର ଦିନ ବିଦ୍ୟାଧରପୁରରୁ ଠାବ ହୋଇଥିଲା ଏହି ସେକ୍ସ ରାକେଟ। ରାକେଟ୍‌ର ସୂତ୍ରଧର ଚୌଦ୍ୱାର ଥାନା ବଡ଼ସାମନ୍ତରାପୁରର ଶିବ ସାମଲ । ହେଲେ ସେ ବିଦ୍ୟାଧରପୁରେ ଘର ଭଡ଼ା ନେଇ ରହୁଥିଲା । ତାର ପ୍ରକୃତ କାମ ସେକ୍ସ ରାକେଟ ଚଳାଇବା ହୋଇଥିବା ବେଳେ ଲୋକଦେଖାଣିଆ ଭାବେ ଏକ ପରିବା ଦୋକାନ ସେଠାରେ କରିଥିଲା । କିନ୍ତୁ ତା ଘରକୁ ବହୁତ ଲୋକ ଓ ଯୁବତୀ ଆସୁଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଲୋକେ ପୁଲିସକୁ ଏ ସମ୍ପକୟରେ ସୂଚନା ଦେଇଥିଲେ । ଏହାପରେ ଚାଉଳିଆ ଗଞ୍ଜ ପୁଲିସ ତା ଘର ଉପରେ ଚଢାଉ କରି ଜଣେ ଦେହବ୍ୟବସାୟୀ ସହ ଶିବ ଓ ଜଣେ ଗ୍ରାହକୁ ଗିରଫ ରିଛି ।
ତାକୁ ଗିରଫ କରିବା ପରେ ପୁଲିସ ଜାଣିବାକୁ ପାଇଛି ତାର ଆଉ ୩ ଜଣ ସହଯୋଗୀ ଅଛନ୍ତି ଭୁବନେଶ୍ୱରରେ । ଯୁବତୀମାନଙ୍କୁ ଆଣିବା କାମ ଭୁବନେଶ୍ୱରର ଦଲାଲ୍‌ କରନ୍ତି। ମାତ୍ର ଗ୍ରାହକ ଯୋଗାଡ଼ କାମ ଶିବ ବୁଝେ । ଦେହ ଜୀବୀର ଘର ଉତ୍ତରପ୍ରଦେଶ ଗାଜିଆବାଦରେ । ସେ ବିବାହ କରିଛି। ବିବାହ ପରେ ସେ କିଛି ଦଲାଲ୍‌ଙ୍କ ଜଣିଆରେ ସେ ବିଭିନ୍ନ ସେକ୍ସ ରାକେଟରେ କାମ କରିବା ସହ ଗିରଫ ମଧ୍ୟ ହୋଇଛି । ସେହିପରି ଗିରଫ ଗ୍ରାହକ ହେଲା କଟକ ଗୋପାଳପୁର ଅଞ୍ଚଳରର ମାନସ ବେହେରା ।
କୋର୍ଟ ଚାଲାଣ ଆଗରୁ ହୋଇଥିବା କରୋନା ଟେଷ୍ଟରେ ଶିବ କରୋନା ପଜିଟିଭ୍‌ ବାହାରିବା ପରେ ପୁଲିସର ଚିନ୍ତା ବଢିଯାଇଛି । ଶିବର ସ୍ୱାସ୍ଥ୍ୟାବସ୍ଥା ଦେଖି ତାକୁ ଜେଲ୍‌ରେ ରଖି ଚିକିତ୍ସା କରାଯିବ କିମ୍ବା କୋଭିଡ୍‌ ହସ୍ପିଟାଲ୍‌ ପଠାଯିବ ତାହା କର୍ତ୍ତୃପକ୍ଷ ସ୍ଥିର କରିବେ। ଅନ୍ୟପଟେ ରାକେଟର ଅନ୍ୟ ତିନି ସହଯୋଗୀଙ୍କୁ ଧରିବା ପାଇଁ ପୁଲିସ ଏବେ ତଦନ୍ତ ଜୋରଦାର କରିଛି ।

Related posts

ଆଜି ଗଜଉଧାରଣ ବେଶ ଦର୍ଶନ ଦେବେ ଶ୍ରୀଜିଉ

mahabharatanews

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଅବହେଳା

mahabharatanews

ଓଡିଶାରେ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧନ କରୁଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା

mahabharatanews