ଓଡିଶା

ପାରାଦ୍ୱୀପ ମଜଦୁର ସଂଘରେ ପରେଶ ମୁର୍ମୁ ସାମିଲ

(ପ୍ରଶାନ୍ତ କୁମାର ସ୍ୱାଇଁ/ ପାରାଦ୍ୱୀପ): ବିଜେପି ନେତା ସମ୍ପଦ ସ୍ୱାଇଁଙ୍କ ନେତୃତ୍ୱରେ ପରିଚାଳିତ ପାରାଦ୍ୱୀପ ମଜଦୁର ସଂଘରେ ବନ୍ଦର ପୂର୍ବତନ ଲେବର ଟ୍ରଷ୍ଟି ପରେଶ ମୁର୍ମୁ ସାମିଲ ହୋଇଛନ୍ତି । ତାଙ୍କ ସହ ବନ୍ଦରରେ କାର୍ଯ୍ୟରତ ଶତାଧିକ ଡିଏଲଆର କର୍ମଚାରୀ ଓ ଶ୍ରମିିକ ଏହି ସଂଘରେ ଯୋଗ ଦେଇଛନ୍ତି । ଏହି ଅବସରରେ ପାରାଦ୍ୱୀପ ସ୍ଥିତ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟରେ ସମ୍ପଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ଶ୍ରମିକ ପାରାଦ୍ୱୀପ ମଜଦୁର ସଂଘରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ବନ୍ଦରରେ କାର୍ଯ୍ୟରତ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରହିବ ବୋଲି ବନ୍ଦର ପୂର୍ବତନ ଲେବର ଟ୍ରଷ୍ଟି ପରେଶ ଓ ବିଜେପି ନେତା ସମ୍ପଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related posts

ରାଜ୍ୟରେ ଏଡସ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ଏକ ନମ୍ବର ଗଞ୍ଜାମ

mahabharatanews

୧୦ ବାଇକ୍ ଜବତକଲା ବଡଚଣ। ପୁଲିସ

mahabharatanews

ପାହାଡ ଧସି ଟ୍ରେନ ଲାଇନରେ ବଡ଼ ବଡ଼ ପଥର , ଟ୍ରେନ ବାତିଲ

mahabharatanews