(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର-ଗୋରୁମହିଷାଣୀ ରାସ୍ତା ନିରଞ୍ଜନ ଗାଁ ପାଖ ପଳାଶବଣି ରାସ୍ତାରେ ମଙ୍ଗଳବାର ସକାଳେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ଅବଦୁଲ ନସିମ ବୋଲି ଜଣାପଡିଛି । ସୁଚନା ଅନୁଯାୟୀ, ଗୋରୁମହିଷାଣୀ ଥାନା ଅଧିନ ଭେଲୁଡିହି ଗାଁର ଅବଦୁଲ ନସିମ ବାଇକ ଯୋଗେ ରାଇରଙ୍ଗପୁର ଅଭିମୁଖେ ଆସୁଥିଲେ । ଏହି ସମୟରେ ବିଶୋଇ ଥାନା ଅନ୍ତର୍ଗତ ଭାତଛତର ଗାଁର ମୁରଲୀ ମହାକୁଡ ଏବଂ ଗୋବିନ୍ଦ ମହାକୁଡ ବାଇକ ଯୋଗେ ଗୋରୁମହିଷାଣୀ ଠାରେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ଏହି ସମୟରେ ପଳାଶବଣି ରାସ୍ତାରେ ଉଭୟ ବାଇକ ମୁହାମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଅବଦୁଲ ନସିମଙ୍କ ପ୍ରାଣବାୟୁ ଉଡିଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
previous post
next post
