ଅପରାଧ

ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ

(ସେଖ ଫୈଜନ କାଦ୍ରୀ/ଭଦ୍ରକ): ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ଚୋରା ମଦର ବେପାର ବଢ଼ିବାରେ ଲାଗିଛି। ବିଶେଷ କରି ପୁରୁଣା ବଜ଼ାର ଅଞ୍ଚଳରେ ଏହି କାରବାର ବ୍ୟାପକ ହୋଇଛି । ଆଜି ଚନ୍ଦନ ବଜାର ଅଞ୍ଚଳରୁ ଚୋରା ବିଦେଶୀ ମଦ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରାଯାଇଛି । ଚନ୍ଦନ ବଜାର ଅଞ୍ଚଳରେ ବିଦେଶୀ ମଦର ଚୋରା ଚାଲାଣ ନେଇ ଆଜି ପୁରୁଣା ବଜାର ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ପରେ ଘଟଣାସ୍ଥଳରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ୮ ଲିଟର ବିଦେଶୀ ମଦ ସହ ଏକ ସ୍କୁଟିକୁ ପୋଲିସ ଜବତ କରିଥିଲା । ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ବାବୁସାହିର ରଞ୍ଜନ ସାହୁ ବୋଲି ଜଣାପଡିଛି ।

Related posts

ପଡିଶା ଘରକୁ ପିଠା ଖାଇବାକୁ ଯାଇ ଫେରିଲାନି କୁନି ଝିଅ

mahabharatanews

ବାଇକ୍ ଡିକି ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା

mahabharatanews

ଆମ୍ବୁଲାନ୍ସ ଓ ଟାଟା ଏସିଧକ୍କା; ୩ ଜଣ ଆହତ

mahabharatanews