ଅପରାଧ

ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ

(ସେଖ ଫୈଜନ କାଦ୍ରୀ/ଭଦ୍ରକ): ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ଚୋରା ମଦର ବେପାର ବଢ଼ିବାରେ ଲାଗିଛି। ବିଶେଷ କରି ପୁରୁଣା ବଜ଼ାର ଅଞ୍ଚଳରେ ଏହି କାରବାର ବ୍ୟାପକ ହୋଇଛି । ଆଜି ଚନ୍ଦନ ବଜାର ଅଞ୍ଚଳରୁ ଚୋରା ବିଦେଶୀ ମଦ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରାଯାଇଛି । ଚନ୍ଦନ ବଜାର ଅଞ୍ଚଳରେ ବିଦେଶୀ ମଦର ଚୋରା ଚାଲାଣ ନେଇ ଆଜି ପୁରୁଣା ବଜାର ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ପରେ ଘଟଣାସ୍ଥଳରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ୮ ଲିଟର ବିଦେଶୀ ମଦ ସହ ଏକ ସ୍କୁଟିକୁ ପୋଲିସ ଜବତ କରିଥିଲା । ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ବାବୁସାହିର ରଞ୍ଜନ ସାହୁ ବୋଲି ଜଣାପଡିଛି ।

Related posts

କଲଭେଟ ଭିତରୁ ଉଦ୍ଧାର ହେଲା ଅଚିହ୍ନା ଅଜଣା ଯୁବକର ମୃତ ଦେହ

mahabharatanews

ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପି କାର୍ୟ୍ୟାଳୟର ସୁପରଭାଇଜର

mahabharatanews

ରାସ୍ତା ନିର୍ମାଣ କାଳରେ ନକ୍ସଲଙ୍କ ତାଣ୍ଡବ

mahabharatanews