ଅପରାଧ

ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ଯୁବକ ମୃତ

(ମହାଭାରତ, ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନସ୍ଥ ମଣଦା ଥାନା ଅଧିିନ ବଡମଣଦା ଗାଁରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ଯୁବକ ଜଣକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଏହି ଗାଁର କୁଆଁର ନାଏକଙ୍କ ପୁଅ ଟିକା ଚରଣ ନାଏକଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ରବିବାର ସକାଳୁ ଗାଁ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ କ୍ଷତ ବିକ୍ଷତ ଶରୀର ଦେଖି ପୋଲିସକୁ ଖବର ଦେଇଥିଲେ । ବାରିପଦାରୁ ସାଇଣ୍ଟିଫିକ ଟିମ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତଦେହ ନିକଟରୁ ମଦ ବୋତଲ ପୋଲିସ ଜବତ କରିଛି । ପୋଲିସ ଉକ୍ତ ଯୁବକଙ୍କ ହତ୍ୟା ପଛରେ ସାଙ୍ଗମାନଙ୍କର ହାତ ଥିବା ନେଇ ସନ୍ଦେହ କରୁଛି । ମାମଲା ରୁଜୁ କରି ପୋଲିସ ଛାନଭିନ ଆରମ୍ଭ କରିଛି ।

Related posts

୪ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

mahabharatanews

ଆରଟିଓ ଭୁବନେଶ୍ୱର ୧ ଅଫିସ ସାମ୍ନାରେ ଦଲାଲ ଗିରି କରୁଥିବା ଅଭିଯୋଗରେ ୯ଜଣ ଦଲାଲଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

mahabharatanews

କଣିହା ରେଭିନ୍ୟୁ ଇନସ୍ପେକ୍ଟର ଭିଜିଲାନ୍ସ ଜାଲରେ

mahabharatanews