ଓଡିଶା

ଆଉ ୧୦ ଜଣଙ୍କ  ମୃତ୍ୟୁ ସହ  ମୃତ୍ୟୁ ସଂଖ୍ୟା ୪୯୨ 

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କରୋନାଜନିତମୃତ୍ୟୁ ସଂଖ୍ୟା ୪୯୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଆଜିର ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ କନ୍ଧମାଳରେ ୩ ଜଣ ଲେଖାଁଏ କରୋନାରେ ମୃତ୍ୟୁବରଣ କରୁଥିବା ବେଳେ ଗଞ୍ଜାମ, ନୟାଗଡ, ରାୟଗଡା ଓ ସୁନ୍ଦରଗଡରେ ଜଣେ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୫୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୯୭୫୮ଟି ସକ୍ରିୟ ମାମଲା ରହିଛି । ୭୩୨୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୪୯୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣ ଆକ୍ରାନ୍ତଙ୍କ ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ଆଜି ସୁଦ୍ଧା ରାଜ୍ୟରେ ୧୭୮୯୪୩୩ ସାମ୍ପୁଲ ଟେଷ୍ଟ୍ ହୋଇସାରିଲାଣି

 

Related posts

ବଢୁଛି ଥଣ୍ଡା ,ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

କୋଇଲା ଚୁଲା ନିଆଁରେ ଜଳି ଦମ୍ପତିଙ୍କ ମୃତ୍ୟୁ

mahabharatanews

୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 

mahabharatanews

Leave a Comment