ଓଡିଶା

ଆଉ ୧୦ ଜଣଙ୍କ  ମୃତ୍ୟୁ ସହ  ମୃତ୍ୟୁ ସଂଖ୍ୟା ୪୯୨ 

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କରୋନାଜନିତମୃତ୍ୟୁ ସଂଖ୍ୟା ୪୯୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଆଜିର ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ କନ୍ଧମାଳରେ ୩ ଜଣ ଲେଖାଁଏ କରୋନାରେ ମୃତ୍ୟୁବରଣ କରୁଥିବା ବେଳେ ଗଞ୍ଜାମ, ନୟାଗଡ, ରାୟଗଡା ଓ ସୁନ୍ଦରଗଡରେ ଜଣେ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୫୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୯୭୫୮ଟି ସକ୍ରିୟ ମାମଲା ରହିଛି । ୭୩୨୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୪୯୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣ ଆକ୍ରାନ୍ତଙ୍କ ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ଆଜି ସୁଦ୍ଧା ରାଜ୍ୟରେ ୧୭୮୯୪୩୩ ସାମ୍ପୁଲ ଟେଷ୍ଟ୍ ହୋଇସାରିଲାଣି

 

Related posts

କଂଗ୍ରେସ ନେତାଙ୍କ ସମେତ ପତ୍ନୀ, କନ୍ୟା କରୋନା ପଜିଟିଭ

mahabharatanews

“ବିକାଶମୂଳକ କାମରେ ବାଧା ଦେଉଛନ୍ତି ବିରୋଧୀ”: ଭି କେ ପାଣ୍ଡିଆନ

mahabharatanews

ମୁଖ୍ୟମନ୍ତ୍ରୀ- ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ରଥଯାତ୍ରା ସମ୍ପର୍କିତ ଆଲୋଚନା

mahabharatanews