ଓଡିଶା

ବ୍ଲକସ୍ତରରୁ ଓସିକ୍ ଯୋଗାଇ ଦେବ ନୂଆ ସ୍କୁଲ୍ ବ୍ୟାଗ୍…

ଏଣିକି ସ୍କୁଲ ପିଲାଙ୍କୁ ମିଳିବ ମାଗଣା ବ୍ୟାଗ । ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ବ୍ୟାଗ୍। ଶୀଘ୍ର ବଣ୍ଟନ ପାଇଁ ଡିଇଓ ଏବଂ ଡିପିସିଙ୍କୁ ଓସେପାର ଚିଠି। ବ୍ଲକସ୍ତରରୁ ଓସିକ୍ ଯୋଗାଇ ଦେବ ନୂଆ ସ୍କୁଲ୍ ବ୍ୟାଗ୍।  ଓସିକ୍ ବା ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ଇନଫ୍ରାଷ୍ଟ୍ରକଚର୍ ଡେଭେଲପମେଣ୍ଟ କର୍ପୋରେସନ୍ ବ୍ଲକ୍ ସ୍ତରରେ ଏହି ସ୍କୁଲ୍ ବ୍ୟାଗ୍ ଯୋଗାଇବ ।

ବ୍ୟାଗ୍‌ଗୁଡ଼ିକ ଯଥାଶୀଘ୍ର ସ୍କୁଲ୍‌ରେ ପହଞ୍ଚାଇ ପିଲାଙ୍କ ମଧ୍ୟରେ ବଣ୍ଟନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ (DPC)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓସେପା ସ୍ପଷ୍ଟ କରିଛି ଯେ, ବ୍ୟାଗ୍ ବଣ୍ଟନ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ କିମ୍ବା ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ପିଲାମାନେ ଯେପରି ନୂଆ ଶିକ୍ଷାବର୍ଷରେ ନୂଆ ବ୍ୟାଗ୍ ପାଇପାରିବେ, ସେଥିପାଇଁ ସମସ୍ତ ଜିଲ୍ଲାକୁ ତତ୍ପର ରହିବାକୁ କୁହାଯାଇଛି ।

Related posts

୨୯ରେ ପୁଣି ଓଡ଼ିଶା ଆସିବେ ମୋଦୀ

mahabharatanews

ତିର୍ତ୍ତୋଲ ବ୍ଲକରେ ୩ କୋଟିରୁ ଅଧିକ ଟଙ୍କା ହେରଫେର, ଦୁଇ ପୂର୍ବତନ ସରକାରୀ କର୍ମଚାରୀ ଗିରଫ

mahabharatanews

ମୋଦୀ ଓ ଶାହାଙ୍କ କୁଶ ପୁତ୍ତଳିକା ଜାଳିଲେ କଂଗ୍ରେସ କର୍ମୀ

mahabharatanews