ଓଡିଶାରାଜନୀତି

ଶିକ୍ଷା ବ୍ୟବସ୍ଥା ବିରୋଧରେ କଂଗ୍ରେସର ହଲ୍ଲାବୋଲ

ଭାରତର ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ୁଛି ନା ଶୋଷଣର ନୂଆ ମଡେଲ୍ ସୃଷ୍ଟି କରୁଛି ? ଏହି ପ୍ରଶ୍ନକୁ ନେଇ ଦେଶବ୍ୟାପୀ ଆରମ୍ଭ ହୋଇଛି କଂଗ୍ରେସର “ଛାତ୍ରୋ କି ଗୁଞ୍ଜ” ଅଭିଯାନ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ପୂରଣ କରିବା ବଦଳରେ ସେମାନଙ୍କ ଉପରେ ଆର୍ଥିକ ଓ ମାନସିକ ଚାପ ବଢ଼ାଉଛି। ନିଟ୍, ୟୁପିଏସସି ଭଳି ପ୍ରତିଯୋଗିତାମୂଳକ ପରୀକ୍ଷାକୁ ନେଇ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଅନିଶ୍ଚିତତା ଓ ଚିନ୍ତାରେ ଜୀବନ କାଟୁଥିବା ବେଳେ ରୋଜଗାର ସୁଯୋଗ ମଧ୍ୟ ସୀମିତ ରହିଛି।

ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ କହିଛି ଯେ ଶିକ୍ଷା କ୍ଷେତ୍ରରେ ବେସରକାରୀକରଣ ବଢ଼ିବା ସହ ସାଧାରଣ ଓ ଗରିବ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଦିନକୁ ଦିନ ଦୁର୍ଲଭ ହେଉଛି। ଏହାର ପ୍ରତିବାଦରେ ଏବଂ ଶିକ୍ଷା ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଦାବିରେ କଂଗ୍ରେସ ଦେଶବ୍ୟାପୀ ଏହି ଅଭିଯାନ ଆରମ୍ଭ କରିଛି।

Related posts

କାଠ ଗଣ୍ଡି ବୋଝେଇ ଟାଟା ଏସି ଗାଡି ଜବତ: ଜଣେ ଅଟକ

mahabharatanews

ଖୋଲିଲା ବଳଦେବଜୀଉଙ୍କ ମନ୍ଦିର

mahabharatanews

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

mahabharatanews